ମାତ୍ର ୨୬ ସେକେଣ୍ଡରେ ଆଖିରେ ଆଖିରେ ପୂରା ଦୁନିଆକୁ ଦିୱାନା କଲେ ଯୁବତୀ ! ଜାଣନ୍ତୁ ଏହି ରହସ୍ୟମୟୀ ଯୁବତୀ କିଏ

141

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ୨୬ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । । ସ୍କୁଲରେ ସେମିନାରରେ ଏକ ଝିଅ ଖାସ ଅନ୍ଦାଜରେ ଆଖିରେ ଆଖିରେ ରୋମାନ୍ସ କରୁଥିବା ଏହି ଭିଡିଓରେ ନଜର ଆସିଛି । ଏହି ଭିଡିଓଟିକୁ ଯୁବ ପିଢି ଖୁବ ପସନ୍ଦ କରିଛନ୍ତି । ଭିଡିଓକୁ ଦେଖିବା ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ ଏହି ଝିଅଟି କିଏ ? ତେବେ ଏହି ଝିଅଟି ହେଉଛନ୍ତି ସାଉଥ ଇଣ୍ଡିଆନ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ପ୍ରିୟା ମଲାୟଲମ ଫିଲ୍ମ ‘ଔରୁ ଅଦାର ଲବ’ରୁ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । କିନ୍ତୁ ରିଲିଜ ପୂର୍ବରୁ ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଧୁମ ମଚାଇଛି । ଲୋକମାନଙ୍କୁ ତାଙ୍କର ଆଖିରେ ଆଖିରେ ରୋମାନ୍ସ କରିବାର ଅନ୍ଦାଜ ଖୁବ ପସନ୍ଦ ଆସୁଛି । କେରଳରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀ ଫିଲ୍ମରେ ଏକ ସ୍ମୁଲ ଝିଅ ଭୂମିକାରେ ଅଭିନୟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରିୟା ପ୍ରକାଶଙ୍କର ଏହି ଫିଲ୍ମଟି ୩ ମାର୍ଚ୍ଚକୁ ରିଲିଜ ହେବ । ପ୍ରେମାସନ ପାଇଁ ରିଲିଜ କରାଯାଇଥିବା ଏହି ଭିଡିଓ ଲୋକଙ୍କ ହୃଦୟକୁ ଖୁବ ଛୁଇଁବା ସହିତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଓମାର ଲୁଲୁ ଦେଇଥିବା ବେଳେ ସାନ ରହମାନ ଏହାର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଭିଡିଓ ଭାଇରାଲ ହେବାପରେ ପ୍ରିୟାଙ୍କର ଫଟୋ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ତାଙ୍କର ପ୍ରଥମ ଫିଲ୍ମ ହୋଇଥିବାରୁ ଅଧିକାଂଶ ଲୋକ ତାଙ୍କୁ ଜାଣିନାହାନ୍ତି । ଏହି ଭିଡିଓକୁ ସାଧାରଣ ଭିଡିଓ ଭାବି ସେୟାର କରିବାରେ ଲାଗିଛନ୍ତି । ପ୍ରିୟାଙ୍କର ଏହି ଗୀତକୁ ୟୁ-ଟ୍ୟୁବରେ ୪,୩୭୭,୬୪୪ରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ୧୮ ବର୍ଷୀୟ ଏହି ଅଭିନେତ୍ରୀ ଜଣକ ଡ୍ୟାନ୍ସ କରିବା ସହ ବୁଲିବାକୁ ପସନ୍ଦ କରିଥାନ୍ତି । ଏବେ ସେ ଯୁକ୍ତ ୩ ବାଣିଜ୍ୟର ପ୍ରଥମ ବର୍ଷ ଛାତ୍ରୀ ଭାବେ ପାଠ ପଢୁଛନ୍ତି ।