ପ୍ରିୟାଙ୍କ ପ୍ରେମରେ ପୁରା ଦୁନିଆ! ଆଖି ମାରି ପାଲଟିଗଲେ ସେଲିବ୍ରିଟି, ଇଂଟରନେଟର ନୂଆ ସେନସେସନ୍

47

ଦୁଇ ଦିନ ମଧ୍ୟରେ ଇଂଟରନେଟରେ ଛାଇଯାଇଛନ୍ତି ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ୍ ୱିକରେ ୧୮ ବର୍ଷୀୟା ପ୍ରିୟାଙ୍କ ଆଖି ମରା ଆନ୍ଦାଜରେ ଲକ୍ଷ ଲକ୍ଷ ଲୋକ ଦିୱାନା ହୋଇଯାଇଛନ୍ତି । ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି । ୟୁ-ଟ୍ୟୁବରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି ।

ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଫିଲ୍ମ ସୁଟିଂ ଆରମ୍ଭ ହେଉ ହେଉ ବନିଲେ ସେଲେବ୍ରିଟି । ଯାହାଙ୍କ ଆଖି ମିଟିକାରେ ପାଲଟିଛନ୍ତି ଲକ୍ଷ ଲକ୍ଷ ଦିୱାନା । ଭାଲେଂଟାଇନ୍ ସପ୍ତାହରେ ରିଲିଜ୍ ହୋଇଥିବା ତାଙ୍କର ଚଳଚିତ୍ରର ଏକ ଛୋଟ କ୍ଳିପ୍ ଛାଇଯାଇଛି ଇଂଟରନେଟରେ । ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି । କେବଳ ଭାରତ ନୁହେଁ, ପାକିସ୍ତାନ ଓ ଇଜିପ୍ଟରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପସନ୍ଦ ଆସିଛି ପ୍ରିୟାଙ୍କ ଅନ୍ଦାଜ୍ । ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି ତାଙ୍କର ଭିଡିଓ । ହଜାର ହଜାର ସେୟାର ହେଉଛି ସୋସିଆଲ୍ ମିଡିଆରେ ।

ସମୟ ଯେତିକି ବଢୁଛି ସେତିକି ବଢୁଛି ପ୍ରିୟାଙ୍କ ଫାନ୍ ଫଲୋଅର୍ସ ଦୁଇ ଦିନ ମଧ୍ୟରେ ଇଂଷ୍ଟାଗ୍ରାମରେ ପାଖାପାଖି ୨୦ ଲକ୍ଷ ଫଲୋଅର୍ସ । ଅବଶ୍ୟ ଇଂଷ୍ଟାଗ୍ରାମ ଆକାଉଂଟ୍ ତାଙ୍କର ନୁହେଁ, ଅନ୍ୟ କେହି ପ୍ରସ୍ତୁତ କରିଛି ବୋଲି କହିଛନ୍ତ୍ି ପ୍ରିୟାଙ୍କ ମାଆ । ଦୁଇ ଦିନ ତଳେ ୟୁ-ଟ୍ୟୁବରେ ରିଲିଜ୍ ହୋଇଥିଲା ପ୍ରିୟାଙ୍କ ଅଭିନୀତ ମଲାୟଲମ୍ ଫିଲ୍ମ ‘ଓରୁ ଅଦାର୍ ଲଭ୍’ର ଏକ ଗୀତ । ଏହି ଗୀତରେ ପ୍ରିୟାଙ୍କର ଆଖି ମରା ଦୃଶ୍ୟ ପାଗଳ କରିଦେଇଛି ଯୁବପୀଢିକୁ । ୟୁ-ଟ୍ୟୁବରେ ରେକର୍ଡ ସଂଖ୍ୟକ ଲୋକ ଦେଖିଛନ୍ତି ଏହି ଗୀତକୁ । ଅଳ୍ପ ସମୟ ମଧ୍ୟରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଏହା ପୂର୍ବରୁ ମଲାୟଲମ ଫିଲ୍ମର କୌଣସି ଗୀତ ଇଂଟରନେଟ୍ରେ ଏତେ ଲୋକପ୍ରିୟ ହୋଇନଥିଲା ।

‘ଓରୁ ଅଦାର୍ ଲଭ୍’ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ । ମାର୍ଚ୍ଚ ମାସରେ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମର ସୁଟିଂ ଶେଷ ହୋଇନାହିଁ । ମାତ୍ର ଏହା ପୂର୍ବରୁ ସେ ବନିଯାଇଛନ୍ତି ଇଂଟରନେଟର ସୁପରଷ୍ଟାର୍ । ତେବେ ଏହା ଭିତରେ ପ୍ରିୟାଙ୍କୁ ତାଙ୍କ ମା ହଷ୍ଟେଲରେ ଛାଡି ଦେଇଛନ୍ତି ।