ରଣବୀର ସିଂ,ଦୀପିକାଙ୍କ ବୟଫ୍ରେଣ୍ଡ! ଖୁଲାସା କଲେ ହଲିଉଡ ତାରକା ବିନ ଡିଜେଲ

43

ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜର ପ୍ରେମ ସଂପର୍କକୁ ନେଇ ସର୍ବସମ୍ମୁଖରେ ଏଯାଏଁ କିଛି ପ୍ରକାଶ କରିନାହାନ୍ତି । କିନ୍ତୁ ହଲିଉଡ ତାରକା ବିନ ଡିଜେଲ ନିକଟରେ ଉଭୟଙ୍କ ଲୋଚା ଚୋରା ପ୍ରେମର ଖୁଲାସା କରିଛନ୍ତି । ‘ଏକ୍ସଏକ୍ସଏକ୍ସ:ରିଟର୍ଣ୍ଣ ଅଫ ଜାଣ୍ଡର କେଜ’ ସିନେମାର ପ୍ରମୋଶନ ପାଇଁ ଭାରତ ଆସିଥିବା ବେଳ ବିନ ଡିଜେଲ ଏକ ସାକ୍ଷାତକାରରେ ଏକଥାର ଖୁଲାସା କରିଛନ୍ତି ।

ଡିଜେଲ ସିନେ ସମୀକ୍ଷକ ଅନୁପମା ଚୋପ୍ରାଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଦୀପିକାଙ୍କ ବୟଫ୍ରେଣ୍ଡ ରଣବୀର ସିଂ, ମୋ ଶରୀରର ଖୁବ ତାରିଫ କରିଛନ୍ତି । ଆଉ ସେ କହିଚନ୍ତି ଆପଣଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ପ୍ରଭାବଶାଳୀ । ଦୀପିକା ଓ ରଣବୀରଙ୍କ ସଂପର୍କକୁ ନେଇ ବହୁତ ପୂର୍ବରୁ ବହୁ ଆଲୋଚନା ଚାଲିଥିଲେ ମଧ୍ୟ ଉଭୟେ ଏପର୍ଯ୍ୟନ୍ତ କେବଳ ଏତିକି କହିଛନ୍ତି କି ଜଣେ ଜଣଙ୍କ ପାଇଁ ଖୁବ ଖାସ । ସେମାନେ ଏଯାଏଁ ତାଙ୍କ ପ୍ରେମ ସଂପର୍କ ସମସ୍ତଙ୍କ ଆଗରେ କିଛି ଖୋଲି କହିନାହାନ୍ତି ।