ଏମିତି ଏକ ଗାଁ, ଯେଉଁଠି ପ୍ରତିବର୍ଷ ଜନ୍ମ ନିଅନ୍ତି ୩୦ ଲକ୍ଷ ବିଷାକ୍ତ ସାପ

52

ଏମିତି ଏକ ଗାଁ, ଯେଉଁଠି ପ୍ରତିବର୍ଷ ୩୦ ଲକ୍ଷ ବିଷାକ୍ତ ସାପ ଚାଷ କରାଯାଏ, ଯେଭଳି ଆମ ଦେଶରେ ଚିକେନ୍ ଏବଂ ଅଣ୍ଡା ପାଇଁ କୁକୁଡା ପାଳନ କରାଯାଏ । ସେହିଭଳି ଚୀନର ଏକ ଗାଁ ‘ଜିସିକିୟାଓ’ ରେ ସାପ ଚାଷ କରାଯାଏ । ଏକ ଅନୁମାନ ମୁତାବକ, ଏହି ଗାଁରେ ପ୍ରତିବର୍ଷ ୩୦ ଲକ୍ଷ ସାପ ଜନ୍ମ ନିଅନ୍ତି , ଯେବେକି ଏହି ଗାଁର ଜନସଂଖ୍ୟା ୧୦୦୦ । ଅର୍ଥାତ୍ ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ୩୦୦୦ ସାପ ଚାଷ କରନ୍ତି । ଅଜଗର, କୋବ୍ରା ଏବଂ ଭାଇପର ଭଳି କ୍ଷତିକାରକ ଏବଂ ବିଷାକ୍ତ ସାପ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ସ୍ଥାନୀୟ ଲୋକଙ୍କୁ ଯେଉଁ ସାପ ଠାରୁ ଅଧିକ ଡର ଲାଗେ, ତାହା ହେଉଛି ଫାଇଭ୍ ଷ୍ଟେପ୍ ସ୍ନେକ । ଏହି ସାପ କାମୁଡିବା ପରେ ଆପଣଙ୍କ ମୃତ୍ୟୁ ପାଖାପାଖି ୫ କଦମ୍ ଚାଲିବା ଭିତରେ ହୋଇଯାଏ । ସେଥିପାଇଁ ଏହାର ଏମିତି ନାମକରଣ କରାଯାଇଛି । ଏଠି ସାପର ଚାଷ ତାଙ୍କର ମାଂସ ଏବଂ ଶରୀରର ଅନ୍ୟ ଅଙ୍ଗ ପାଇଁ କରାଯାଏ । ସାପ ମାଂସ ଚୀନରେ ସଉକ ସହିତ ଖିଆଯାଏ । ଏହା ସହିତ ଏମାନଙ୍କ ଶରୀରର ଅଙ୍ଗର ଉପଯୋଗ ଚାଇନା ଔଷଧ ଉଦ୍ୟୋଗ ରେ ହୁଏ ।

ଏହି ଗାଁରେ ପାଖାପାଖି ୧୦୦ ଟି ସାପ ପାଳନ କେନ୍ଦ୍ର ଅଛି , ଯେଉଁଠି ଆପଣ କାଠ ଏବଂ କାଚ ବାକ୍ସ ଭିତରେ ଏହି ସାପକୁ ଦେଖିପାରିବେ । ଏମାନଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପ୍ଲାଷ୍ଟିକ ଥଳୀରେ ପଠାଯାଏ । ଏହି ଦେଶରେ କୁହାଯାଏ କି ସାପ ମାଂସରେ ତିଆରି ସୁପ୍ ଇମ୍ୟୁନ ସିଷ୍ଟମ ପାଇଁ ବହୁତ ଲାଭଦାୟକ । ଏମାନଙ୍କର ଲାଂଜର ବ୍ୟବହାର ଭୋଜନ ପାଇଁ କରାଯାଏ । ଯେବେକି ସାପଙ୍କ ମୁଣ୍ଡକୁ ଶୁଖାଇ ଔଷଧ ପାଇଁ ବ୍ୟବହାର କରାଯାଏ ।