ଦେବଗଡ: ବଣିଆକିଲିଣ୍ଡାର ପଂଚାୟତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

24

କନକ ବ୍ୟୁରୋ : ଦେବଗଡ ଜିଲ୍ଲା ବଣିଆକିଲିଣ୍ଡା ପଂଚାୟତର ପଂଚାୟତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ପଂଚାୟତ ଅଧିକାରୀ ଭାଗିରଥୀ ପ୍ରଧାନଙ୍କ ନାଁରେ ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା । ଭାଗିରଥୀଙ୍କ ଶ୍ୱଶୁର ଘର ଓ ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଏହା ପରେ ଭାଗିରଥୀଙ୍କୁ ଗିରଫ କରାଯାଇଛି । ଭାଗିରଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।