ଡାକ୍ତର ବାବୁଙ୍କ ବିଦେଶ ଭ୍ରମଣ ପ୍ରେମ ! କାହା ଟଙ୍କାରେ କରୁଥିଲେ ମଉଜ, ଭିଜିଲାନ୍ସ ଖୋଜୁଛି ଖିଅ

34

କନକ ବ୍ୟୁରୋ : ଡାକ୍ତର ସାଜିଥିଲେ କମ୍ପାନୀ ଏଜେଂଟ୍ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏସ୍ସିବି ମେଡିକାଲ୍ ହେମାଟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ରବିନ୍ଦ୍ର କୁମାର ଜେନାଙ୍କୁ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ରବିନ୍ଦ୍ରଙ୍କ ଠାରୁ ୩ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଠାବ କରାଗଲାଣି । ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମେଡିସିନ ଲେଖି ସଂପୃକ୍ତ କମ୍ପାନୀର ଅନୁକମ୍ପା ସ୍ୱରୁପ ପ୍ରଚୁର ଅର୍ଥ ପାଉଥିଲେ ଡାକ୍ତର ରବିନ୍ଦ୍ର ଜେନା । ତେବେ ଏସବୁ ଭିତରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେବ ।

DOCTORରବିନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଡାକ୍ତରଙ୍କ ବିଦେଶ ଭ୍ରମଣ ସଉକ ସାମ୍ନାକୁ ଆସିଛି । ଗୋଟିଏ କିମ୍ବା ଦୁଇଟି ବିଦେଶୀ ଟୁର ନୁହେଁ ବାରମ୍ବାର ରବିନ୍ଦ୍ର ଯାଉଥିଲେ ବିଦେଶ ଭ୍ରମଣରେ ଯାଉଥିବାର ପ୍ରମାଣ ପାଇଛି ଭିଜିଲାନ୍ସ । ଭିଜିଲାନ୍ସ ସ୍କାନରରେ ଡାକ୍ତରଙ୍କ ବିଦେଶ ଟୁର । ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ବିଭିନ୍ନ ଦେଶ ବୁଲିଛନ୍ତି ରବୀନ୍ଦ୍ର । ଜଣେ ଡାକ୍ତର କେମିତି ଆଉ କେଉଁ ପରିସ୍ଥିତିରେ ବିଦେଶ ଭ୍ରମଣ କରୁଥିଲେ ତାର ଏକ ଲମ୍ବା ତାଲିକା ଭିଜିଲାନ୍ସ ପକ୍ଷରୁ ଦିଆଯାଇଛି । ଅଜାଚିତ ଭାବରେ ଡାକ୍ତର ଜଣକ ଫାର୍ମା କଂପାନୀକୁ ସହାୟତା ଯୋଗାଉ ଥିଲେ । ପ୍ରତିବଦଳରେ ଡାକ୍ତରଙ୍କୁ ଏଭଳି ପ୍ୟାକେଜ ମିଳୁଥିଲା କି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଡାକ୍ତର ରବୀନ୍ଦ୍ର ଜେନା ୟୁରୋପ, ଆମେରିକା, ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି । ଜର୍ମାନୀର ବର୍ଲିନ୍, ସାଇପ୍ରେସ୍ର ନିକୋସିଆ, ନେଦରଲ୍ୟାଣ୍ଡର ଆମଷ୍ଟ୍ରେଡମ୍, ଦୁଇଥର ଆଟଲାଂଟା, ସାନଫ୍ରାନସିକୋ, ନ୍ୟୁ ଓରଲେନ୍ସ, ଲସ୍ ଭେଗାସ୍, ଦୁଇ ଥର ଫ୍ଲୋରିଡା, ସିଙ୍ଗାପୁର, ହଂକଂ ଆଦି ଦେଶ ତଥା ସ୍ଥାନ ଭ୍ରମଣ କରିଛନ୍ତି । ଏହି ସବୁ ଘଟଣା ଘଟିଥିଲା ୨୦୦୫ରୁ ୨୦୧୫ ଭିତରେ । ଡକ୍ଟର ରବିନ୍ଦ୍ର ଜେନା ମଧ୍ୟ ସ୍ପେନର ମାଡ୍ରିଦ୍, ଆମେରିକାର ସାନ୍ ଡିଏଗୋ, ଡେନମାର୍କର କୋପେନ୍ ହେଗେନ୍, ଫିଲିଫାଇନ୍ସର ମାନିଲା, ଅଷ୍ଟ୍ର୍ରିଆର ଭିଏନା, ଆମେରିକାର ସାନଫ୍ରାନସିକୋ ଏବଂ ସ୍ୱିଜରଲାଣ୍ଡର ଜୁରିଜ୍ ଟୁର ଯିବା ପାଇଁ ସରକାରଙ୍କ ଠାରୁ ଅନୁମତି ମାଗିଥିଲେ । କିନ୍ତୁ ସରକାର ଏଥିପାଇଁ ଅନୁମତି ଦେଇନଥିଲେ । ଇତି ମଧ୍ୟରେ ଡାକ୍ତରଙ୍କ ପାସପୋର୍ଟ ଯାଂଚ ଚାଲିଛି ପ୍ରକୃତରେ ଏହି ଭ୍ରମଣ ପାଇଁ କଂପାନୀ ଟଙ୍କା ଦେଇଛନ୍ତି ନା ନାହିଁ ।

ତେବେ ଡାକ୍ତର ରବୀନ୍ଦ୍ରଙ୍କ ବାରମ୍ବାର ବିଦେଶ ଭ୍ରମଣ ଉପରେ ସନ୍ଦେହ ପ୍ରକାଶ ପାଇଛି । କଣ ପାଇଁ ଜଣେ ସରକାରୀ ଡାକ୍ତର ବାରମ୍ବାର ବିଦେଶ ଭ୍ରମଣ କରୁଥିଲେ । ବିଦେଶ ଭ୍ରମଣ ସମୟରେ କୌଣସି ବିଦେଶୀ ଫାର୍ମା କମ୍ପାନୀ ସାଙ୍ଗରେ ଡିଲ କରୁନଥିଲେ ତ ଡାକ୍ତର? କାରଣ ବିଭିନ୍ନ ଫାର୍ମା କମ୍ପାନୀକୁ ଅନୁକମ୍ପା ଦେଖାଇ ସେହି କମ୍ପାନୀର ଔଷଧ ଲେଖିବା ତାଙ୍କୁ ଏବେ ସନ୍ଦେହ ଘେରକୁ ଟାଣି ଆଣିଛି ।ଭିଜିଲାନ୍ସ ଏନେଇ ଖୋଳତାଡ ଆରମ୍ଭ କରିଛି ।