ବଲିଉଡର କୌଣସି ନାୟକ ମୋ ପରି ଆକ୍ସନ କରିପାରିବେ ନାହିଁ ! କହିଲେ ବିଦ୍ୟୁତ ଜାମୱାଲ

40

ନିଜର ପ୍ରତ୍ୟେକ ସିନେମାରେ ଦମଦାର ଆକ୍ସନ ଦେଖାଉଥିବା ବିଦ୍ୟୁତ ଜାମୱାଲ କହିଛନ୍ତି ବହୁତ ବଡ କଥା । ସେ କହିଛନ୍ତି ବଲିଉଡରେ ଏମିତି ନାୟକ ନାହାନ୍ତି ଯିଏ ତାଙ୍କ ଠାରୁ ଭଲ ଆକ୍ସନ କରିପାରିବ । ସେ ଆଜି ପର୍ଯ୍ୟନ୍ତ କୈାଣସି ସିନେମାର ଷ୍ଟଣ୍ଟ ଦୃଶ୍ୟ ପାଇଁ ବଡି ଡବଲ ବ୍ୟବହାର କରି ନାହାନ୍ତି । ଏହା ବ୍ୟତିତ ବିଦ୍ୟୁତ କହିଛନ୍ତି ମୋ ସିନେମାର ଆକ୍ସନ ଦୃଶ୍ୟକୁ ଲୋକେ ନିହାତି ଭାବେ ମନେ ରଖିବେ । ଏହାସହ ତାଙ୍କର ଆଗାମୀ ସିନେମା ‘କମାଣ୍ଡୋ ୨’ରେ ମଧ୍ୟ ନୂତନ ଧରଣର ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ତାଙ୍କର ସିନେମା ‘କମାଣ୍ଡୋ ୨’ ମାର୍ଚ୍ଚ ୩ ରେ ବଡପରଦାରେ ରିଲଜ ହେବ ବୋଲି ଜଣାପଡିଛି ।