ଫେସବୁକରେ ମାଧ୍ୟମରେ ହେଉଛି ହାଇଟେକ୍ ଠକେଇ ! ୟୁଜର୍ସଙ୍କ ନକଲି ଆଇଡି କରି ସାଙ୍ଗ ଓ ପରିବାରବର୍ଗଙ୍କୁ ମଗାଯାଉଛି ଟଙ୍କା, ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ଅଛି ତ?

52

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଠକେଇର ଶିକାର ହେଉଛନ୍ତି ୟୁଜର୍ସ । ଖାସକରି ଫେସବୁକ ୟୁଜର୍ସ ଏବେ ଅଧିକ ଠକାମୀର ଶିକାର ହେଉଛନ୍ତି । ଆଉ ୟୁଜର୍ସ ମାନେ ଏଭଳି ଢଙ୍ଗରେ ଠକେଇର ଶିକାର ହେଉଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ୟୁଜର୍ସ ମାନଙ୍କ ଫେକ୍ ଆଇଡି ପ୍ରସ୍ତୁତ କରି କିମ୍ବା ଆକାଉଣ୍ଟକୁ ହ୍ୟାକ୍ କରି ଠକେଇ କରୁଛନ୍ତି କିଛି ହ୍ୟାକର୍ସ । ଗତ କିଛି ଦିନ ହେବ ଏଭଳି ମାମଲା ଅଧିକରୁ ଅଧିକ ସାମ୍ନାକୁ ଆସୁଛି । ୟୁଜର୍ସଙ୍କ କହିବା ଅନୁଯାୟୀ, ସେମାନଙ୍କ ନାଁରେ ଫେକ୍ ଆଇଡି କରି କମ୍ବା ଆକାଉଣ୍ଟ ହ୍ୟାକ୍ କରି ପରିବାରବର୍ଗ ଓ ସାଙ୍ଗମାନଙ୍କୁ ଟଙ୍କା ମଗାଯାଉଛି ।

ଏହି ଠକେଇର ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜୋରାବର କାଲରା ଏନେଇ ଫେସବୁକ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ । ଜୋରାବରଙ୍କ କହିବା ଅନୁଯାୟୀ, ତାଙ୍କୁ ଫେସବୁକରେ ୧୦ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି । ଏହାଛଡା ଅଫିସିଆଲ ପେଜରେ ଦେଢ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି । ୧୮୦୦ରୁ ଅଧିକ କର୍ମଚାରୀ ମଧ୍ୟ ତାଙ୍କର ଫ୍ରେଣ୍ଡ ଲିଷ୍ଟରେ ରହିଛନ୍ତି । କିନ୍ତୁ ସେତେବେଳେ ସେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ତାଙ୍କର ଜଣେ ସାଙ୍ଗ ଫୋନ କରି ସତରେ କଣ ଟଙ୍କାର ଆବଶ୍ୟକତା ରହିଛି କି ନାହିଁ ପଚାରିଥିଲେ । ଆଉ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ଫେସବୁକ୍ ସହ ସର୍ମ୍ପକ କରି ପୂରା ଘଟଣା କହିଥିଲେ ଜୋରାବର । ଏଭଳି ଠକେଇ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଫେସବୁକ ନିକଟରେ ଦାବି କରିଛନ୍ତି ।

କେବଳ ଜୋରାବର ନୁହନ୍ତି ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଭଳି ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଫେକ୍ ଆଇଡ କରି ସେମାନଙ୍କ ପରିବାରବର୍ଗ ଓ ସାଙ୍ଗ ମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର୍ସ । କିଛି ୟୁଜର୍ସ କହିଛନ୍ତି, ଫେସବୁକ ପ୍ରୋଫାଇଲ ପରିବର୍ତ୍ତନ କରିବାକୁ ହ୍ୱାଟସଆପରେ ନୋଟିଫିକେସନ ଆସୁଛି । ଆଉ ଏହି ଲିଙ୍କରେ କ୍ଲିକ କରିବା ମାତ୍ରେ ଆକାଉଣ୍ଟ ହ୍ୟାକ୍ ହେଉଛି । ତେଣୁ ଠକେଇରୁ ବର୍ତ୍ତିବା ପାଇଁ ଏଭଳି ମେସେଜରୁ ଦୂରେଇ ରୁହନ୍ତୁ । ଏହାଛଡା ଫେସବୁକରେ ଯଦି କୌଣସି ସାଙ୍ଗ ଟଙ୍କା ମାଗୁଥାନ୍ତି ତେବେ ତାଙ୍କ ସହ ଯୋଗାଯୋଗ କରି ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ, ସତରେ କଣ ଆପଣଙ୍କ ସାଙ୍ଗ ଟଙ୍କା ମାଗୁଛନ୍ତି ।