ଗୋ-ହତ୍ୟା ରୋକିବାକୁ ୟୁପି ସରକାରଙ୍କ ବଡ ପଦକ୍ଷେପ: ଗୋ କଲ୍ୟାଣ ନାଁରେ ୦.୫ ପ୍ରତିଶତ ସେସ୍ ଆଦାୟ କରିବାକୁ ଘୋଷଣା

ଅବକାରୀ ମନ୍ତ୍ରୀଙ୍କ ବିରୋଧ

121

କନକ ବ୍ୟୁରୋ: ଗୋ ହତ୍ୟା ରୋକିବାକୁ ଉତରପ୍ରଦେଶ ସରକାରଙ୍କ ପଦକ୍ଷେପ ଏବେ ଚର୍ଚ୍ଚାରେ । ଗତ ସପ୍ତାହରେ ବିଭିନ୍ନ ସ୍କୁଲ ଓ ଥାନା ଭିତରେ ଗାଇଙ୍କୁ ପୁରାଇ କୃଷକଙ୍କ ପ୍ରତିବାଦ ପରେ ଗୋ ରକ୍ଷା ଉପରେ ବଡ ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର ।

ଗୋ କଲ୍ୟାଣ ନାଁରେ ୦.୫ ପ୍ରତିଶତ ସେସ ଆଦାୟ କରିବା ପାଇଁ ଘୋଷଣା କରିଛନ୍ତି ୟୁପି ସରକାର । ଏହି ଟିକସ ଅବକାରୀ ଓ ଭିତିଭୂମି ବିକାଶ ପାଇଁ କାମ କରୁଥିବା ଘରୋଇ ସଂସ୍ଥା ଗୁଡିକ ଠାରୁ ଆଦାୟ କରାଯିବ । ବେଆଇନ କଂସେଇ ଖାନା ଗୁଡିକ ବନ୍ଦ କରିବା ପରେ ରାଜ୍ୟରେ ଗାଇ ଚୋରି ଓ ଗୋ ଚାଲାଣ ବୃଦ୍ଧି ପାଇଛି ।

ଗୋ କଲ୍ୟାଣ ସେସ ଉତରପ୍ରଦେଶରେ ମାଦକ ଦ୍ରବ୍ୟର ଦର ବୃଦ୍ଧିର କାରଣ ପାଲଟିପାରେ । ରାଜ୍ୟର ଅବକାରୀ ମନ୍ତ୍ରୀ ଜୟପ୍ରତାପ ସିଂ ସରକାରଙ୍କ ଏହି ନିଷ୍ପତିରେ କ୍ଷୋଭ ପ୍ରକାଶ କରିବା ସହ ଅବକାରୀ ଦ୍ରବ୍ୟ ଉପରେ ଗୋକଲ୍ୟାଣ ସେସକୁ ବିରୋଧ କରିଛନ୍ତି ।