କନକ ବ୍ୟୁରୋ: ଓଡ଼ିଶାର କଳା ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ଅଭିଜିତ୍ ଆରୟର ମିତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଓଡ଼ିଶାର କଳା ସଂସ୍କୃତିକୁ ଅପମାନ ପରେ ଓଡିଶାର ବିଧାୟକମାନଙ୍କୁ ବୋକା ବୋଲି କହି ପୁଣି ବିବାଦକୁ ଆସିଛନ୍ତି ଅଭିଜିତ । ଯାହାକୁ ନେଇ ବିଧାନସଭାରେ ଝଡ଼ ଉଠିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ ଏନେଇ ପ୍ରତିକ୍ରିୟାରେ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରତାପ ଦେବ । ପ୍ରତାପଙ୍କ କହିଛନ୍ତି ଯେ, ଆମେ ବିଜେପି ଭଳିଆ ନୁହଁ ଯେ ସାମାଜିକ ଟେନସନ୍ ତିଆରି କରି ରାଜନୈତିକ ରୁଟି ସେକୁଛନ୍ତି । ସେଭଳି କାମ ଆମେ କରୁନା । ଅଭିଜିତଙ୍କ ଏଭଳି ମନ୍ତବ୍ୟ ଉପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ବୋଲି କହିଛନ୍ତି ପ୍ରତାପ ଦେବ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଅଭିଜିତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେଣୁ ସ୍ୱାଧୀକାର ନୋଟିସ୍ ଡାକାଯାଇଛି । ନରସିଂହ କହିଛନ୍ତି ଯେ, ଅଣଓଡିଆ ଅଭିଜିତ ଆୟର କୋଣାର୍କ ଓ ପୁରୀ ଉପରେ ସେ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ । ଏହା ଆଇପିସି ଧାରା ୧୫୩(ଏ) ଅନୁସାରେ ଦଣ୍ଡନୀୟ । ବିଧାୟକଙ୍କୁ ମୁର୍ଖ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଛନ୍ତି । ତେଣୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପାଇଁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା । ଓଡିଶା ଓ ଓଡିଆଙ୍କୁ ଅପମାନ ସୂଚକ ବିବୃତି ଦେଇଛନ୍ତି । ତେଣୁ ସବୁ ରାଜନୈତିକ ବାଦବିବାଦରୁ ଉପରକୁ ଯାଇ ତାଙ୍କୁ ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନିଆଯାଉ । ଦଳମତ ନିର୍ବିଶେଷରେ ଆଲୋଚନା କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ସେପଟେ ବିରୋଧୀ ଦଳ ନେତା ଆଣିଥିବା ନୋଟିସକୁ ସମର୍ଥନ କରୁଛୁ । ବିନା ବିଳମ୍ବ ଓ ତର୍କରେ ଆୟରଙ୍କ ବିରୋଧରେ ସମନ କରାଯାଉ । ଆମେ ରାଜ୍ୟବାସୀଙ୍କ ଦ୍ବାରା ନିର୍ବାଚିତ ହେଇ ଆସିଛୁ । ଆମେ ଗୃହର ସମସ୍ତ ସଭ୍ୟଙ୍କ ସହ ସହମତ । ପ୍ରଥମେ ବିରୋଧୀ ଦଳ ନେତା ଏ ପ୍ରସଙ୍ଗ ଆଣିବା ବେଳେ ଆମେ ସମର୍ଥନ କରିଥିଲୁ । ଓଡିଶାର ସଂସ୍କୃତି ପ୍ରସଙ୍ଗରେ ବିଜେପି ସବୁବେଳେ ଲଢେଇ କରିଆସିଛି ଓ କରିବ ବୋଲି ବିଜେପି ବିଧାୟକଦଳନେତା କେ.ଭି ସିଂଦେଓ ।