ଗୋମାତା ପାଇଁ ଯୋଜନା କଲେ ମୋଦି ସରକାର ! ୭୫୦ କୋଟି ଟଙ୍କାରେ ଆରମ୍ଭ ହେବାକୁ ଯାଉଛି କାମଧେନୁ ଯୋଜନା ।

460

ବଜେଟ୍ ୨୦୧୯ରେ ମୋଦି ସରକାର ଚାଷୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଅନ୍ତିମ ବଜେଟ୍ ୨୦୧୯ ଘୋଷଣା କରୁଥିବା ବେଳେ କାର୍ଯ୍ୟବାହକ ବିତ୍ତ ମନ୍ତ୍ରୀ ପିୟୁଷ ଗୋଏଲ୍ ଗାଇଙ୍କ ପାଇଁ ବଜେଟ୍ ର ଘୋଷଣା କରିଛନ୍ତି । ଗାଇଙ୍କ ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଶୁପାଳନ ପାଇଁ ମଧ୍ୟ ଚାଷୀ କ୍ରେଡିଟ୍ କାର୍ଡ ଉପଲବ୍ଧ ରହିବ । ପଶୁପାଳନ ଏବଂ ମାଛଚାଷ ପାଇଁ ୨ ପ୍ରତିଶତ ସୁଧ ମଧ୍ୟ ମିଳିବ । କାମଧେନୁ ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨ ପର୍ଯ୍ୟନ୍ତ ମୋଦି ସରକାର ନୂଆ ଇଣ୍ଡିଆର ଲକ୍ଷ ରଖିଛନ୍ତି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ।

ଚାଷୀଙ୍କ ମାମଲାରେ ମଧ୍ୟ ମୋଦି ସରକାର ଖୁବ୍ ଚିନ୍ତାରେ ଥିଲେ । ଏଭଳି ସ୍ଥିିତିରେ ଚାଷୀଙ୍କ ଦୁଃଖ,ରାଗ ଏବଂ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ ଧରଣର ପଦକ୍ଷେପ ନେଇଛନ୍ତି । ସରକାର ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ ଶୁକ୍ରବାର ଅନ୍ତିମ ବଜେଟ୍ ୨୦୧୯ କୁ ଘୋଷଣା କରି ଚାଷୀମାନଙ୍କୁ ଚଳିତ ବର୍ଷର ବଡ ଉପହାର ଦେଇଛନ୍ତି । ଚାଷୀଙ୍କୁ ସିଧାସଳଖ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ କରିବା ପାଇଁ ଇନକମ୍ ସପୋର୍ଟର ଘୋଷଣା କରିଛନ୍ତି । ଯେଉଁ ଚାଷୀଙ୍କ ପାଖରେ ୨ ହେକ୍ଟରର ଜମି ରହିଛି ସେମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଦିଆଯିବ । ପିୟୁଷ ଗୋଏଲ୍ ଙ୍କ କହିବାନୁସାରେ ଏହି ସ୍କିମ୍ ୧ ଡିସେମ୍ବର ୨୦୧୮ ରୁ ପଛୁଆ ଭାବେ ଲାଗୁ ହେବ । ଏଥିରେ ୧୨ କୋଟି ଚାଷୀ ପରିବାରଙ୍କୁ ଲାଭ ମିଳିବ । ତିନୋଟି କିସ୍ତିରେ ଚାଷୀଙ୍କୁ ଲାଭ ମିଳିବ ।

କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଏକ ମଜବୁତ ସରକାର ଦେଇଛନ୍ତିି । ୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାକୁ ଲକ୍ଷ ରଖିଛନ୍ତି ସରକାର ।