ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଜାକ ଉଡିଲା । ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଆସୁଛି ଇମ୍ରାନଙ୍କ ଭିକ୍ଷା ଥାଳି ଧରିଥିବାର ଫଟୋ ।

741

ଭାରତ ସହ ଶତ୍ରୁତା କରିବା ପାକିସ୍ତାନକୁ ଏବେ ମହଙ୍ଗା ପଡିଛି । ବିଶ୍ୱସ୍ତରରେ ପାକିସ୍ତାନ ଏବେ ଏକଘରକିଆ ହୋଇଛି । ଆଉ ଏଭଳି ସମୟରେ ଇଣ୍ଟରନେଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବେଜିତ କରାଯାଉଛି । ଇମ୍ରାନଙ୍କ ଭଳିକି ଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ । କାରଣ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭିକାରୀ ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଇଣ୍ଟରନେଟ ସର୍ଚ୍ଚ ଇଞ୍ଚିନ ଗୁଗୁଲରେ ଭିକାରୀ ଟାଇପ୍ କରି ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସୁଛି । ଯେଉଁଥିରେ ଇମ୍ରାନ ଗୋଟିଏ ଭିକ୍ଷା ଥାଳ ଧରି ବସିଥିବାର ଦେଖିବାକୁ ମିଳୁଛି । ଏହାଛଡା ଇମ୍ରାନଙ୍କ ଆଉ କିଛି ଫଟୋ ମଧ୍ୟ ଦେଖିବାକୁ ମିଳୁଛି । ଫେସବୁକ ଓ ଟ୍ୱିଟରରେ ଏହି ଫଟୋ ସେୟାର କରାଯିବା ସହ ଇମ୍ରାନଙ୍କ ମଜାକ ଉଡାଉଛନ୍ତି ୟୁଜର୍ସ ।

ପାକିସ୍ତାନ ୟୁଜର୍ସ ଏଥିପାଇଁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଦାୟୀ କରିଛନ୍ତି । ପାକିସ୍ତାନ ୟୁଜର୍ସଙ୍କ କହିବା ଅନୁଯାୟୀ, ଗୁଗୁଲର ସିଇଓ ସୁନ୍ଦର ପିଚାଇ ଭାରତୀୟ ହୋଇଥିବାରୁ ଇମ୍ରାନଙ୍କ ଫଟୋକୁ ଏଭଳି ଚିତ୍ରଣ କରାଯାଉଛି । ତେବେ ଏନେଇ ଗୁଗୁଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଏହାପୂର୍ବରୁ ମଧ୍ୟ ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନଙ୍କ ଫଟୋ ଆସୁଥିଲା । ଯେଉଁଥିପାଇଁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ପାକିସ୍ତାନ ପକ୍ଷରୁ ସମନ ଜାରି କରାଯାଇ ଏହାର ଉତ୍ତର ମଗାଯାଇଥିଲା । ସେତେବେଳେ ଏହାର ପୂରା କାରଣ ବୁଝାଇ ଦେଇଥିଲେ ସୁନ୍ଦର ।

ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳାଉଛି ପାକିସ୍ତାନ । ଭାରତ ସହ ବାଣିଜ୍ୟିକ ସର୍ମ୍ପକ ତୁଟାଇବା ପରେ ଏବେ ପାକିସ୍ତାନରେ ସ୍ଥିତି ସାଂଘାତିକ ହୋଇଛି । ପୂର୍ବରୁ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନ ଏବେ ଦେବାଳିଆ ଦ୍ୱାର ଦେଶରେ ପହଞ୍ଚିଛି । ଆଉ ଏହାପରେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ମୁହଁତୋଡ ଦେଖାଇବା ଛାଡିନି ।