ସାବରିମାଳା ମନ୍ଦିରରରେ ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା ! ଅୟପ୍ପା ଭଗବାନଙ୍କୁ ଦର୍ଶନ କଲେ ଦୁଇ ମହିଳା

152

କନକ ବ୍ୟୁରୋ : କେରଳର ସାବରିମାଳା ମନ୍ଦିରରେ ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା । ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଶେ କଲେ ୫୦ ବର୍ଷରୁ କମ୍ ଦୁଇ ମହିଳା । ସୂଚନା ଅନୁସାରେ ଅର୍ଦ୍ଧ ରାତ୍ରିରୁ ଦୁଇ ମହିଳା ସିଡ଼ି ଚଢ଼଼ିବା ଆରମ୍ଭ କରିଥିଲେ । ସକାଳ ୩.୪୫ରେ ଭଗବାନଙ୍କର ଦର୍ଶନ କରିଥିଲେ । ଭଭୟ ମହିଳାଙ୍କ ସହ ସାଧା ପୋଷାକରେ ଓ ୟୁନିଫର୍ମରେ କିଛି ପୋଲିସ କର୍ମୀ ଉପସ୍ଥିତ ଥିଲେ । ମନ୍ଦିରରେ ପ୍ରବେଶ କରିଥିବା ମହିଳାଙ୍କ ସହ ଏବେ ଯାଏଁ କୌଣସି ଯୋଗଯୋଗ ହୋଇପାରି ନାହିଁ । ତେବେ ମହିଳାଙ୍କ ପ୍ରବେଶକୁ ବିରୋଧ କରିବାର ଆଶଙ୍କା କରାଯାଉଛି । ଆଉ ଏଥିପାଇଁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ କରିଦିଆଯାଇଛି ।

ବୁଧବାର ସକାଳେ କେରଳର ପତନମତିତ୍ତା ଜିଲ୍ଲା ଅନ୍ତର୍ଗତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ ୫୦ ବର୍ଷରୁ କମ୍ ବୟସ୍କ ମହିଳା ପୂଜାର୍ଚ୍ଚନା କରିଛନ୍ତି । ଯଦ୍ୱାରା ଅନେକ ବର୍ଷର ପରମ୍ପରା ଭାଙ୍ଗିବା ସହ ଇତିହାସ ସୃଷ୍ଟି ହୋଇଛି । ଏକଥା ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି । ପୁଲିସ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରିଛି ।

sabarimala
image courtesy-https://www.theweek.in

ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ସାବରିମାଲା ମନ୍ଦିର ମଧ୍ୟକୁ ଏ ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି । ଭକ୍ତମାନଙ୍କ ବିରୋଧ ଯୋଗୁଁ ତାଙ୍କ ପୂର୍ବରୁ ୧୦ ରୁ ୫୦ ବର୍ଷ ବୟସ୍କା ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରି ନାହାନ୍ତି ।