ଶୀତ ଦିନିଆ ଖାଦ୍ୟରେ ଏହି ଦୁଇଟି ସୁପ୍ କୁ କରନ୍ତୁ ସାମିଲ, ମିଳିବ ଏହି ସବୁ ଫାଇଦା

212

ଶୀତ ଋତୁରେ ବାରମ୍ବାର ଭୋକ ଲାଗିଥାଏ। ଏଣୁ ସବୁବେଳେ କିଛି ନା କିଛି ନା କିଛି ଚଟପଟା ଖାଇବାକୁ ଇଛା ହୋଇଥାଏ। କିନ୍ତୁ ଏଭଳି ଖାଦ୍ୟ ଖାଇଲେ ଓଜନ ବଢ଼ିଯିବ ବୋଲି ଆଶଙ୍କା କରି ଆମେ ଅନେକ ସମୟରେ ସେହି ସବୁ ଖାଦ୍ୟ ଖାଇନଥାଉ।

କିନ୍ତୁ ଆପଣ ଯଦି କିଛି ନିର୍ଦ୍ଦିଷ୍ଟ ସୁପ୍ ଖାଆନ୍ତି , ତେବେ ତାହା ଲାଭଦାୟକ ହେବ। ପ୍ରଥମଟି ହେଲା ପାଳଙ୍ଗ ସୁପ୍। ପାଳଙ୍ଗରେ ଭିଟାମିନ୍ ଏ, ସି, ଇ, କେ ଓ ବି କଂପ୍ଲେକସ ପ୍ରଚୁର ମାତ୍ରାରେ ରହିଥାଏ। ତେଣୁ ଶୀତ ଋତୁରେ ଏହାକୁ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଜନକ।

ଠିକ୍ ସେହିପରି ମଟର ସୁପ୍ ବି ଶୀତ ଋତୁରେ ଖୁବ୍ ଲାଭ ଦାୟକ। ଏହି ସୁପ୍ ପିଇଲେ ଦୀର୍ଘ ସମୟ ଯାଏଁ ଓଜନ ହ୍ରାସ କରିବା ଲାଗି ସୁବିଧା ମିଳିଥାଏ। ମଟରରେ ପଟାସିୟମ୍ ଥାଏ, ଯାହା ରକ୍ତ ସଞ୍ଚାଳନକୁ ଠିକ୍ କରିଥାଏ। ତା’ ଛଡା ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ପାଇଁ ଏହା ଅଧିକ ଲାଭଦାୟକ।