ମାଲକାନଗିରି : ଚିତ୍ରକୋଣ୍ଡାରୁ କଇଁଛ ବୋଝେଇ ଭ୍ୟାନ ଜବତ,୩ ଗିରଫ

108

କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡାରୁ ଏକ କଇଁଛ ବୋଝେଇ ଭ୍ୟାନ ଜବତ ହୋଇଛି । ଗାଡିରୁ ୩୭୬ଟି କଇଁଛ ଜବତ କରିଛି ପୁଲିସ । କଇଁଛ ଆନ୍ଧ୍ରରୁ ମାଲକାନଗିରି ଚୋରାଚାଲାଣ ହେଉଥିବା ଜଣାପଡିଛି । ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏତେ ସଂଖ୍ୟାରେ କଇଁଛ କେଉଁଠୁ ଆସୁଥିଲା ଏବଂ କ’ଣ ପାଇଁ ଆସୁଥିଲା ସେ ନେଇ ତନାଘନା ଆରମ୍ଭ କରିଛି ପୁଲିସ ।