ନବ ନିର୍ମାଣ କୃଷକ ସଂଗଠନର ଆଜି ଚକାଜାମ ଆନ୍ଦୋଳନ ! ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି,ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ଏକାଠି ହେଲେ ଶତାଧିକ କୃଷକ

46

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା, ଚାଷୀଙ୍କ ରୁଣ ଛାଡ ଓ ଚାଷୀଙ୍କୁ ପେନସନ ଦାବି ନେଇ ଏହି ଆନ୍ଦୋଳନ କରିଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠନ ପକ୍ଷରୁ ୨ ଘଂଟିଆ ବନ୍ଦ କରାଯାଉଛି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ସଂଗଠନର କର୍ମକର୍ତା ରେଲୱେ ଷ୍ଟେସନ ଘେରିବାର କାର୍ଯ୍ୟକ୍ରମ ରହିଛି ।