ଟ୍ରକକୁ ପଛରୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ହେଲପର ମୃତ, ଡ୍ରାଇଭର ଫେରାର

ଭଦ୍ରକର ବନ୍ତ ଛକ ନିକଟରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି

149

କନକ ବ୍ୟୁରୋ : ଭଦ୍ରକର ବନ୍ତ ଛକ ନିକଟରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଚିପ୍ସ ବୋଝେଇ ଟ୍ରକକୁ ପଛରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଛି । ଧକ୍କା ଫଳରେ ଘଟଣାସ୍ଥଳରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ହେଲପରଙ୍କ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଦୁର୍ଘଟଣାପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକ ସେଠାରେ ପହଂଚି ଥିବା ଜଣାପଡିଛି ।