ଏହି ପ୍ରକ୍ରିୟାରେ ଅତି ସହଜରେ ଚୋରି ହୋଇଯାଉଛି କାର ! ସାବଧାନ ରୁହନ୍ତୁ, ନଚେତ୍ ଆପଣଙ୍କ ଆଖି ସାମ୍ନାରୁ ଗାଏବ୍ ହୋଇଯିବ ଆପଣଙ୍କ ଗାଡି ।

35

କାର କିଣିବା ଅଧିକାଂଶ ଲୋକଙ୍କର ଏକ ସ୍ୱପ୍ନ ହୋଇଥାଏ । ଯଦି ଆପଣ କାର କିଣିଛନ୍ତି ତେବେ ଆପଣ ଜାଣିଥିବେ କାର କିଣିବା ସାଧାରଣ ଲୋକଙ୍କ ପାଇଁ କେତେ କଷ୍ଟ ହୋଇଥାଏ । ଏଥିପାଇଁ କାରର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ । କେବଳ କାରଟିଏ କିଣିଦେଲେ ସ୍ୱପ୍ନ ପୂରଣ ହୋଇନଥାଏ, ଏହାର ମେଣ୍ଟେନାନ୍ସ କ୍ରମାଗତ ଭାବେ କରିବାକୁ ପଡିଥାଏ । କାରର ସୁରକ୍ଷା କରିବା ପ୍ରଥମ ପ୍ରାଥମିକତା ଅଟେ ।

ତେବେ ଚଳିତ ସମୟରେ କାର ଚୋରି ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏପରିକି କାର ଚୋରି ହେବାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ହାତରେ ଲାଗୁଛି । ତେବେ ଏଥିରେ ଜଣାପଡିଛି ଯେ ଚୋରମାନେ କିପରି ଭାବରେ କାର ଚୋରି କରିଥାଆନ୍ତି । ସେମାନେ କାରର ଡୋର ଲକ୍ ମଧ୍ୟରେ ଏକ କଏନ୍ ରଖିଦେଇଥାନ୍ତି । ଏହାଦ୍ୱାରା କାରର ଡୋର୍ ଜାମ୍ ହୋଇଯାଇଥାଏ । ତେଣୁ ସେଣ୍ଟ୍ରାଲ କି ଲକିଂ ସିଷ୍ଟମ କାମ କରିବା ବନ୍ଦ ହୋଇଯାଇଥାଏ । ଏହା ପରେ ଆପଣ ଚାବି ଦ୍ୱାରା କାରକୁ ଲକ୍ କଲେ ମଧ୍ୟ ଏହା ଅନଲକ୍ ହୋଇ ରହିଯାଇଥାଏ । ଏବେ ଏହି ମାଧ୍ୟମରେ ଅତି ସହଜରେ ଆପଣଙ୍କ କାର ଚୋରି ହୋଇଯାଇଥାଏ । ଏଥିପାଇଁ ଆପଣ ନିୟମିତ ଭାବେ କାରର ଯତ୍ନ ନିଅନ୍ତୁ ଏବଂ ଗାଡି ରଖିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।