ଶରୀରରେ ଉକ୍ତ ରକ୍ତଚାପର ସମସ୍ୟା ଦେଖାଯାଉଛି କି ? ଚିନ୍ତା କରନ୍ତୁନି ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ ।

79

ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଏହା କେବଳ ବୟସ୍କ ଲୋକଙ୍କଠାରେ ଦେଖାଯାଇଥାଏ ତାହା ନୁହେଁ ବରଂ ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଅନେକାଂଶରେ ଦେଖିବାକୁ ମିଳିଛି । ସାଧାରଣତଃ ଶରୀରରେ ଥିବା ଧମନୀ ଦେହରେ ରକ୍ତ ପ୍ରଚଳନ କରିବାରେ ସହାୟକ ହୋଇଥାଏ ଆଉ ଯେତେବେଳେ ଏହି ଧମନୀରେ ରକ୍ତର ଚାପ ବଢିଯାଏ ସେତେବେଳେ ରକ୍ତଚାପ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ଉପଚାର ସଂପର୍କରେ କିଛି ତଥ୍ୟ । ସିଗାରେଟ୍, ନିଶାଦ୍ରବ୍ୟ ସେବନ କରିବା, ମୋଟାପଣ, ନିୟମିତ ଭାବେ ବ୍ୟାୟାମ ନକରିବା, ଅଧିକ ମାତ୍ରାରେ ଲୁଣ ଖାଇବା ଓ ମାନସିକ ଅଶାନ୍ତି ଆଦି ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଥାଏ ।

ଉପଚାରଅଦା

ଖରାପ କୋଲେଷ୍ଟ୍ରଲ୍ ଧମନୀଗୁଡିକର ଦ୍ୱାରଦେଶରେ ଜମାହୋଇ ଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହ ସୂଚାରୁ ରୂପେ ହୋଇପାରି ନଥାଏ । ଯାହାଫଳରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଆମେ ବ୍ୟବହାର କରୁଥିବା ଅଦାରେ କିଛି ଉପକାରୀ ଗୁଣ ରହିଛି ଯେଉଁଥିରେ ଏଭଳି ସମସ୍ୟାକୁ ଦୂର କରାଯାଇପାରିବ । ଅଦାରେ ସାଧାରଣତଃ ପ୍ରତିଶୋଧକ ଶକ୍ତି ଅଧିକ ମାତ୍ରାରେ ରହିଥାଏ । ଯାହା ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ । ଏହାର ରସକୁ ପାଣି ସହ ମିଶାଇ ପିଇବାଦ୍ୱାରା ଫାଇଦା ମିଳିଥାଏ ।କଦଳୀ

କଦଳୀରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ । ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବାଦ୍ୱାରା ସୁଫଳ ମିଳିଥାଏ । ଯଦି ଆପଣ କଦଳୀ ଖାଇବାକୁ ପସନ୍ଦ କରନ୍ତି ନାହିଁ ତେବେ କିସମିସ୍, କମଳା ଜୁସ୍, ପାଳଙ୍ଗ ଆଦି ଖାଇପାରିବେ ।

ରସୁଣ

ରସୁଣରେ କ୍ୟାଲସିୟମ ଏବଂ ଭିଟାମିନ-ସି ଭଳି ପ୍ରତିଶୋଧକ ଶକ୍ତି ରହିଥାଏ । ଏହା ରକ୍ତକୁ ତରଳ କରି ରକ୍ତ ସଂଚାର କରାଇବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ପାଖୁଡା ଚୋବେଇ ଖାଇବା ଉଚିତ । ନଚେତ୍ ଆପଣ ଏହାକୁ ଗୋଟିଏ ଗ୍ଲାସ୍ କ୍ଷୀର ସହିତ ମଧ୍ୟ ସେବନ କରିପାରିବେ । ଏହା ବ୍ୟତିତ, ପାଣିରେ ୫-୬ଟି ରସୁଣ ରସର ବୁନ୍ଦା ପକାଇ ପିଇବାଦ୍ୱାରା ଉପଚାର ମିଳିଥାଏ । ପଇଡ ପାଣି

ଯେଉଁ ବ୍ୟକ୍ତିଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ସର୍ବଦା ବହୁ ପରିମାଣରେ ପାଣି ପିଇବା ନିତ୍ୟାନ୍ତ ଜରୁରୀ ।ଏଥିପାଇଁ ପଇଡ ପାଣି ଏକ ସ୍ୱାସ୍ଥ୍ୟକର ପାନୀୟ ଜଳ ଅଟେ । ପଇଡ ପାଣିରେ ପୋଟାସିୟମ୍, ମାଗ୍ନେସିୟମ୍ ଓ ଭିଟାମିନ-ସି ଆଦି ରହିଥାଏ । ଯାହା ରକ୍ତଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ଏହାଛଡା ରୋଷେଇ ସମୟରେ ମଧ୍ୟ ନଡିଆ ତେଲକୁ ଆପଣଙ୍କ ଖାଦ୍ୟରେ ବ୍ୟବହାର କରିପାରିବେ ।

ଲେମ୍ବୁ

ଉଚ୍ଚ ରକ୍ତଚାପ କାରଣରୁ ଲୋକଙ୍କର ହୃଦ୍ ଘାତ ଜନିତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଲେମ୍ବୁ ରସଦ୍ୱାରା ଏହାକୁ ଏଡାଇ ଯାଇପାରିବ । ଏଥିପାଇଁ ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ୍ ଗରମ ପାଣିରେ ଖଣ୍ଡିଏ ଲେମ୍ବୁ ଚିପୁଡି ତାକୁ ନିୟମିତ ଭାବରେ ଖାଲି ପେଟରେ ପିିିଇବା ଉଚିତ ।