ପୁରୁଷଙ୍କ ପରି ସାର୍ବଜନିକ ଶୌଚାଳୟରେ ଛିଡା ହୋଇ ପରିଶ୍ରା କରିବେ ମହିଳା ! ଏନେଇ ଦିଆଯାଉଛି ପ୍ରଶିକ୍ଷଣ

46

ଭାରତକୁ ଖୋଲାରେ ଶୌଚମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ଅଭିଯାନ କରାଯାଉଛି । ଏଥିପାଇଁ ଲୋକଙ୍କ ଘରେ ଶୌଚାଳୟ ତିଆରି କରିବା ପାଇଁ ପ୍ରେରିତ କରାଯାଉଛି । ଏହି ଅଭିଯାନକୁ ସଫଳ କରିବା ପାଇଁ ସାର୍ବଜନୀନ ସ୍ଥାନରେ ମଧ୍ୟ ମଧ୍ୟ ସବୁଆଡେ ଶୌଚାଳୟ ତିଆରି ହେଉଥିବାର ଦେଖାଯାଉଛି । ଅନେକ ଥର ଦେଖାଯାଇଛି ପୁରୁଷମାନେ ସାର୍ବଜନୀକ ସ୍ଥାନରେ ପରିଶ୍ରା କରୁଥାଆନ୍ତି । ଏମିତିରେ କିନ୍ତୁ ଅନେକ ଥର ଏପରି ଦେଖାଯାଏ ସାର୍ବଜନୀକ ଶୌଚାଳୟ ଥିଲେମ ମଧ୍ୟ ମହଳିାମାନେ ତା’ର ବ୍ୟବାର କରିପାରନ୍ତି ନାହିଁ ।

ୟୁୁପିଆଇର ଖବର ଅନୁସାରେ ମହିଳାଙ୍କର ଏହି ସମସ୍ୟାକୁ ଧ୍ୟାନରେ ରଖିି ଅଷ୍ଟ୍ରିୟାର ‘ଗ୍ରୀନ ପାର୍ଟି’ ନାମକ ଏକ ସ୍ଥାନୀୟ ସଂସ୍ଥା ମହିଳାଙ୍କୁ ଛିଡା ହୋଇ ପରିଶ୍ରା କରିବା ପାଇଁ ପ୍ରଶିକ୍ଷଣ ଦେବ । କୁହାଯାଉଛି ଏକ କିଟ୍ ସାହାଯ୍ୟରେ ମହିଳାମାନେ ଛିଡା ହୋଇ ପରିଶ୍ରା କରିପାରିବେ । ଏହି କିଟ ଏକ ନଳୀ ପରି । ଏହାର ବ୍ୟବହାର ପରେ ମହିଳାମାନେ ଏହାକୁ ଫୋପାଡି ଦେଇପାରିବେ । ଏହି କିଟ ବ୍ୟବହାର କରିବା ଦ୍ୱାରା ମହିଳାମାନଙ୍କୁ ଅସନା ଶୌଚାଳୟ ସିଟରେ ବସିବା ଦରକାର ପଡିବ ନାହିଁ ।

                                                         ସୌଜନ୍ୟ-ଏବଡିଟିଭି ଇଣ୍ଡିଆ