ବିନା ଇଞ୍ଜିନରେ ଟ୍ରାକରେ ୬ କିଲୋମିଟର ଓଲଟା ଦୌଡିଲା ଟ୍ରେନ ! ରେଳବାଇ ଅଧିକାରୀଙ୍କ ଉଡିଲା ହୋସ୍ ।

188

ଆପଣ ଟ୍ରାକରେ ଟ୍ରେନ୍ ଚାଲୁଥିବାର ସବୁବେଳେ ଦେଖିବାକୁ ପାଇଥାନ୍ତି । କିନ୍ତୁ କେବେ ଏମିତି ଦୃଶ୍ୟ ଆପଣଙ୍କ ଆଖିରେ ପଡିଛି କି, ଯେଉଁଠି ଟ୍ରାକରେ ଟ୍ରେନ୍ ଓଲଟା ଗତି କରୁଥିବ । ରାଜସ୍ଥାନର ସିରୋହି ଜିଲ୍ଲା କିବରଲୀ ଷ୍ଟେସନରେ ଏମିତି ହିଁ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନ୍ ବିନା ଇଞ୍ଜିନରେ ଓଲଟା ଗଡିଯାଇଥିଲା । ଘଟଣା ସମ୍ପର୍କରେ ରେଳବାଇ ଅଧିକାରୀ ଜାଣିବା ପରେ ସେମାନଙ୍କ ହୋସ ଉଡିଯାଇଥିଲା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ରେଲୱେ ପ୍ରଶାସନ ମୋରଥଲା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନକୁ ଡେଡଲାଇନ୍ ଦିଗ ଦେଖାଇଥିଲେ । କୁହାଯାଉଛି, କିବରଲୀ ରେଲୱେ ଷ୍ଟେସନରେ ଥିବା ଡବଲ୍ ଷ୍ଟେକ୍ କଂଟେନର ଟ୍ରେନକୁ ରଖାଯାଇଥିଲା । ଆଉ ସେତେବେଳେ ଟ୍ରେନ ବିନା ଇଞ୍ଜିନରେ ଟ୍ରାକରେ ଓଲଟା ଗଡିବା ଆରମ୍ଭ କରିଦେଇଥିଲା ।

ତେବେ କିବରଲୀ ଠାରୁ ମୋରଥଲାର ଅଧିକାଂଶ ଅଂଶ ଗଡାଣିଆ ହୋଇଥିବାରୁ ଟ୍ରେନଟି ଦ୍ରୁତ ଗତିରେ ଗଡିବା ଆରମ୍ଭ କରିଥିଲା । ୧ କିମ୍ବା ୨ ନୁହେଁ ପାଖାପାଖି ୬ କିଲୋମିଟର ଯାଏଁ ଓଲଟା ଗତି କରିଥିଲା ଟ୍ରେନ୍ । ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଟେନକୁ ଡେଡ୍ ଲାଇନ ଆଡେ ଦିଗ ଦେଖାଇଥିଲା ଭାରତୀୟ ରେଳବାଇ । ଆଉ ଏହି କାରଣରୁ ମାଲବାହୀ ଟ୍ରେନର ୧୦ଟି ଡବା ଟ୍ରାକରୁ ତଳକୁ ଓହ୍ଲାଇ ଯାଇଥିଲା । ଆଉ ଏହି ସମୟରେ ଟ୍ରାକରେ ଭାରି ମାତ୍ରାରେ କ୍ଷତି ହୋଇଥିଲା ଓ ପାଖାପାଖି ସାଢେ ୨ ଘଂଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ ହୋଇଥିଲା ।