ଦିନକୁ ଦିନ ବଢୁଛି ଟ୍ରେନ ଦୁର୍ଘଟଣା ! ୩ବର୍ଷରେ ଗଲାଣି ୧,୬୭୮ ଜଣ ଯାତ୍ରୀଙ୍କ ଜୀବନ, ରେଳ ରାଷ୍ଟ୍ରମନ୍ତ୍ରୀ ରଖିଲେ ତଥ୍ୟ ।

52

ଦିନକୁ ଦିନ ବଢିଚାଲିଛି ଟ୍ରେନ ଦୁର୍ଘଟଣା । ବିଭିନ୍ନ ପ୍ରକାର କାରଣକୁ ନେଇ ପ୍ରତିଦିନ କେଉଁଠି ନା କେଉଁଠି ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ଶୁଣିବାକୁ ମିଳୁଛି । ଟ୍ରେନ ଦୁର୍ଘଟଣାକୁ ନେଇ ବୁଧବାର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଏକ ସୂଚନା ଦେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ବର୍ଷ ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ୧,୬୭୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ।

ରେଳ ଯାତ୍ରା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଥିଲେ ମଧ୍ୟ ଟ୍ରେନ ଦୁର୍ଘଟଣା ଥମିବାର ନାଁ ନେଉନାହିଁ । ତେବେ ଟ୍ରେନ ଦୁର୍ଘଟଣା ପରେ ଏହି ଘଟଣା ଗୁଡିକରେ ମୃତକମାନଙ୍କ ଶବ ରେଳବାଇ ପୋଲିସ ଜରିଆରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ବିଗତ ୩ ବର୍ଷ ମଧ୍ୟରେ ୧,୬୭୮ଜଣ ଯାତ୍ରୀ ପ୍ରାଣ ହରାଇଥିବା ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଲୋକସଭାରେ ସୂଚନା ଦେଇଛନ୍ତି ।