ବଦଳିବ ଟ୍ରେନ୍-୧୮ର ନାଁ : ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ନାଁରେ କରାଯିବ ନାମିତ

178

ଦେଶର ପ୍ରଥମ ସେମି ବୁଲେଟ୍, ଟ୍ରେନ୍-୧୮କୁ ନେଇ ବଡ ଖବର ଆସୁଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କି, ଏହି ଟ୍ରେନକୁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ନାଁରେ ଜଣାଯିବ । ଏହି ଟ୍ରେନର ନିର୍ମାଣ ମେକ୍ ଇନ୍ ଇଣ୍ଡିଆ ଅଧିନରେ ଆମ ଦେଶରେ କରାଯାଇଛି । ଦେଶର ଇଂଜିନିୟରମାନେ ମାତ୍ର ୧୮ ମାସରେ ଏହି ଟ୍ରେନକୁ ନିର୍ମାଣ କରିଛନ୍ତି । ଅତି ଶୀଘ୍ର ଏହି ଟ୍ରେନ୍ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଭିତରେ ଚାଲିବ । ପିୟୁଷ ଗୋଏଲ କହିଛନ୍ତି କି, ଏହି ଟ୍ରେନ୍ ପ୍ରମାଣ କରିଦେଲା କି, ମେକ୍ ଇନ୍ ଇଣ୍ଡିଆ ଅଧିନରେ ୱାଲର୍ଡ କ୍ଲାସ ଟ୍ରେନ୍ ନିର୍ମାଣ କରାଯାଇପାରିବ ।

ରେଳବାଇର ଏହି ଗାଡି ୭ ଫେବୃୟାରୀକୁ ଚଲାଇବାର ପ୍ରସ୍ତୁତି କରୁଛି । ରିପୋର୍ଟ ଅନୁସାରେ, ସବୁକିଛି ଠିକ୍ ରହିଲେ ୭ ଫେବୃୟାରୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରେଳଗାଡିକୁ ନୂଆଦିଲ୍ଲୀ ରେଲୱେ ଷ୍ଟେସନର ସବୁଜ ଧ୍ୱଜା ଦେଖାଇ ଆରମ୍ଭ କରାଯିବ । ନୂଆଦିଲ୍ଳୀ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର୧ରେ ମାର୍ବଲ ଲଗାଇବା କାମ ଚାଲୁଛି । ଏହି କାମକୁ ଅତି ଶୀଘ୍ର ପୁରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରେନକୁ ଚଲାଇବା ପାଇଁ ରେଲୱେ ସୁରକ୍ଷା କମିଶନର ମାମୁଲି ସୁଧାର କରିବା ପାଇଁ କହିଥିଲେ । ଏହି ସୁଧାର କାମ କୁ ପୁରା କରାଯାଉଛି ।

ଟ୍ରେନ୍ -୧୮ରେ ଯାତ୍ରା କରିବା ପାଇଁ ରେଳଯାତ୍ରୀଙ୍କୁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଗାଡି ଶତାବ୍ଦୀ ରେଳଗାଡି ବଦଳରେ ଚାଲିବ । କିନ୍ତୁ ଏହି ଗାଡିର ଭଡା ଶତାବ୍ଦୀ ରେଳଗାଡିରୁ ଅଧିକ ହେବ । ଶତାବ୍ଦୀ ରେଳଗାଡି ତୁଳନାରେ ଗତିମାନ ଏକ୍ସପ୍ରେସର ଭଡା ଅନେକ ଗୁଣ ଅଧିକ ।