ରିଲିଜ୍ ହେଲା ଉଡତା ପଂଜାବର ପ୍ରଥମ ଟ୍ରେଲର

45

ରକଷ୍ଟାର ଟମି ସିଂ , ଡାକ୍ତରରାଣୀ ପ୍ରୀତି ସାହାଣି ଓ ବିହାରି ଝିଅ କୁମାରୀ ପିଙ୍କି । ଏହି ୩ଜଣଙ୍କ ଚରିତ୍ରରେ ଗଡି ଉଠିଛି ଫିଲ୍ମ ଉଡତା ପଂଜାବ । କ୍ୟାରେକ୍ଟରଙ୍କ ଡିଫରେଂଟ ସେଡ୍ ଦିଆଯିବା ସହ ପଂଜାବର ବିଭିନ୍ନ ଲୋକେସନରେ କରାଯାଇଛି ଫିଲ୍ମର ସୁଟିଂ । ପଂଜାବର ଡ୍ରଗ ମାଫିଆଙ୍କୁ କାହାଣୀକୁ କମେଡି ତରିକାରେ ପରଷା ଯାଇଛି । ପ୍ରଥମ ଥର ପାଇଁ ସାହିଦ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛନ୍ତି । ସିକ୍ସ ପ୍ୟାକ ଆବାସ ସହ ସାହିଦଙ୍କ ମନମତାଣିଆ ଅଭିନୟ ରହିଛି ଉଡତା ପଂଜାବରେ । ଏଥିସହ ଚରିତ୍ରମାନଙ୍କ ଦମଦାର ଡାଇଲଗ ରହିଛି ଟ୍ରେଲରରେ । ୩ ଜଣ ବଲିଉଡ ଷ୍ଟାରଙ୍କ ବ୍ୟତିତ ପଂଜାବ ସୁପରଷ୍ଟାର ଦିଲଜିତ ଦୋସାନଜ ଏଥିରେ ଅଭିନୟ କରିଛନ୍ତି  ା ଅଭିଶେଷ ଚୈବେଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ହୋଇଥିବା ଉଡତା ପଂଜାବରେ ରହିଛି ଅମିତ ତ୍ରିବେଦୀଙ୍କ ସଙ୍ଗୀତ ନିଦେ୍ର୍ଦଶନା । ବହୁଦିନର ବ୍ୟବଧାନ ପରେ ପୁଣି ଥରେ ସିଲଭର ସ୍କ୍ରିନରେ ଏକାଠି ନଜର ଆସିଛନ୍ତି ସାହିଦ କପୁର ଓ କରୀନା କପୁର ଖାନ୍ । ଜୁନ ୧୭ରେ ରିଲିଜ ହେବ ଉଡତା ପଂଜାବ ।