ପାର୍ବଣ ଋତୁୁରେ ଅନଲାଇନ୍ ସପିଂ କରୁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . 

30

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆମାଜାନ୍, ଫ୍ଲିପକାର୍ଟ , ସ୍ନାପଡ଼ିଲ୍ ସମତେ ଅନ୍ୟ ସମସ୍ତ ଅନଲାଇନ୍ ସପିଂ ୱେବସାଇଟରେ ସେଲ ଚାଲିଛି । ଏହାସହ ରିହାତି ମୂଲ୍ୟରେ ଜିନିଷ ଉପଲବ୍ଧ କରାଇ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବିଭିନ୍ନ ସପିଂ ସାଇଟ୍ ।

ଗ୍ରାହକମାନେ ଅଫର ଦେଖି ଅଧିକ କିଣାକିଣି କରୁଛନ୍ତି । କିନ୍ତୁ ଅନଲାଇନ କିଣାକିଣି କରିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ନହେଲେ ଅପାଣ ଠକାମୀର ଶିକାର ହୋଇପାରନ୍ତି । କାରଣ ଏବେ ଅନଲାଇନରେ ଠକାମୀର ଶିକାର ହେଉଥିବା ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି । ତେବେ ଅନଲାଇନ ସପିଂ ସମୟରେ କ’ଣ କ’ଣ ଅସୁବିଧା ହୋଇପାରେ ଜାଣିରଖନ୍ତୁ । ଏବଂ ସପିଂ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ।

୧. ଅନଲାଇନ୍ ସପିଂ ସମୟରେ ସବୁଠାରୁ ବଡ଼ ଅସୁବିଧା ହେଲା ଆପଣ କିଣୁଥିବା ସମାଗ୍ରୀକୁ ସାମ୍ନାସାମ୍ନି ଦେଖିପାରନ୍ତି ନାହିଁ । ଏହା ଏକ ପ୍ରକାର ଜୁଆ ଖେଳ ପରି ହୋଇଥାଏ । ଅନେକ ଥର ଏପରି ହୁଏ ସପିଂ ସାଇଟରେ ଦେଖିଥବା ସାମଗ୍ରୀ ଓ ଆପଣଙ୍କ ପାଖରେ ପହଞ୍ଚିଥିବା ସାମଗ୍ରୀ ବିଲକୁଲ ଅଲଗା ଥାଏ ।

୨. ଅନଲାଇନ୍ ସପିଂ କିରବା ଦ୍ୱାରା ଆପଣ ତୁରନ୍ତ ଜିନିଷ ପାଇ ପାରନ୍ତି ନାହିଁ । ଏଥିପାଇଁ ଆପଣଙ୍କୁ କିଛି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡ଼େ, ଏବଂ ତା’ପରେ ଯାଇ ଆପଣ ମଗାଇଥିବା ଜିନିଷକୁ ଦେଖନ୍ତି । କେବେ କେବେ ଆପଣଙ୍କୁ ଜିନିଷ ପାଇବା ପାଇଁ ୧-୩ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡ଼େ ।

online shopping
image courtesy – http://www.incarabia.com

୩. ଦୋକାନରୁ କିଛି ବି ଜିନିଷ କିଣିଲେ ଆପଣ ଜିନିଷର ଦାମରେ ମୂଲଚାଲ କିରପାରିବେ । କିନ୍ତୁ ଅନଲାଇନ୍ ସପିଂରେ ଏପରି ସୁବିଧା ଉପଲବ୍ଧ ନାହିଁ । ଏହା ବ୍ୟତୀତ ଦୋକନ କିମ୍ବା ସପିଂ ମଲରେ ସପିଂ କରିବାକୁ ଯାଇ ଆପଣଙ୍କ ମନ ବି ଟିକେ ତାଜା ହେବା ଯାହା ଅନଲାଇନ ସପିଂ ଦ୍ୱାରା ହେବ ନାହିଁ ।

୪. ଅନଲାଇନ ସପିଂରେ ଅନେକ ଥର ଠକାମୀର ଶିକାର ହୁଅନ୍ତି ଅନେକ ଲୋକ । ଅନେକ ଥର ଏପରି ହୋଇଛି ସ୍ମାର୍ଟଫୋନ୍ ଅଡର କରି ଅଲଗା ଜିନିଷ ପାଇଛନ୍ତି ଲୋକେ । ତେବେ ଭଲ ତଥା ବଡ଼ ସପିଂ ସାଇଟରେ ରିପ୍ଲେସମେଂଟର ର ଅପ୍ସନ ଥାଏ ।

୫. ଅନଲାଇନ ସପିଂରେ ବ୍ୟାଙ୍କର ବିବରଣୀ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ବିବରଣୀ ପ୍ରଦାନ କରାଯାଏ,ଯାହା ଲିକ ହେବାରେ ସମ୍ଭାବନା ଥାଏ । ଅନେକ ଥର ଶସ୍ତା ଜିନିଷ ପାଇଁ ଲୋକେ ଫର୍ଜି ୱେବସାଇଟର ଶିକାର ହୋଇଯାଆନ୍ତି । ତେବେ ଏପରିସ୍ଥଳେ କେବଳ ବିଶ୍ୱସନୀୟ ସାଇଟରୁ ଜିନିଷ କିଣନ୍ତୁ ।