ଜିଭର ରଙ୍ଗରୁ ଜାଣନ୍ତୁ ଆପଣ କେତେ ସୁସ୍ଥ !

43

ଶରୀର ସହ ଜଡିତ ଅନେକ ରୋଗର ସଙ୍କେତ ଆମେ ଜିଭର ରଙ୍ଗ ଜରିଆରେ ଜାଣିପାରୁ । ଯେତେବେଳ ଆମେ ଡାକ୍ତରଙ୍କ ପାଖକୁ ଯାଉ ସେତେବେଳେ ସେ ଜିଭ ଦେଖି କହି ଦିଅନ୍ତି କି ଆମେ ସୁସ୍ଥ କି ନୁହଁ । ଆସନ୍ତୁ ଜାଣିବା ଜିଭର ରଙ୍ଗ ବିଷୟରେ . . . . .

୧. ସୁସ୍ଥ ଜିଭ – ହାଲୁକା ଗୋଲାପୀ ରଙ୍ଗର ଓ ନମନୀୟ ହୋଇଥାଏ । ଏଥିରେ କୌଣସି ଦାଗ ନଥାଏ ।

୨. ଜିଭରେ ମୋଟା ଧଳା ପରଦା – ଖରାପ ପାଚନ କ୍ରିୟା, ଅମ୍ଳ ଓ ଦୁର୍ବଳତାର ସଙ୍କେତ ଦିଏ ।

୩. ଜିଭରେ ମୋଟା ହଳଦିଆ ପରସ୍ତ – ଜାଣିପାରିବେ ଆପଣଙ୍କୁ ଥଣ୍ଡା, ଭାଇରାଲ ଇନଫେକ୍ସନ ହେବାର ସମ୍ଭାବନା ରହିଛି । ଏହାସହ ପାଚନ କ୍ରିୟାରେ ମଧ୍ୟ ଅସୁବିଧା ଭୋଗି ପାରନ୍ତି ।

୪. ଜିଭ ଲାଲ ଦେଖାଗଲେ ଜାଣିବେ ଆପଣଙ୍କୁ ଜ୍ୱର ହେବା ସହ ରକ୍ତରେ ଇନଫେକ୍ସନ ହୋଇପାରେ । ଏହାସହ ଅନ୍ତରୀଣ ଇନଫେକ୍ସନର ମଧ୍ୟ ସମ୍ଭାବାନ ରହିଛି ।

୫. ହାଲୁକା ହଳଦିଆ ଜିଭ- ରକ୍ତହୀନତା, ଦୁର୍ବଳତା,ଅନିଦ୍ରା ରୋଗ ଓ ଥକାନର ସଙ୍କେତ ଅଟେ ।