ବିବାଦର ବାରୁଦ ଉପରେ ବଲିଉଡ୍ ! ପଢନ୍ତୁ ଡ୍ରଗ୍ସର ମାୟାଜାଲରେ ଛନ୍ଦି ହୋଇପଡିଥିବା ସେଲିବ୍ରିଟିଙ୍କ କାହାଣୀ

39

ବଲିଉଡ୍ ସହ ବିବାଦର ସଂପର୍କ ଖୁବ୍ ପୁରୁଣା । କିନ୍ତୁ ବିବାଦ ଯେତେବେଳେ ଡ୍ରଗ୍ସ ସହ ଜଡିତ ଥାଏ ସେତେବେଳେ ମାମଲା ଗମ୍ଭୀର ହୋଇଯାଏ । ବଲିଉଡ୍ ନାୟିକା ମମତା କୁଲକର୍ଣ୍ଣୀଙ୍କ କଥା ଆପଣଙ୍କର ମନେଥିବ । ଡ୍ରଗ୍ସ କାରବାର ନେଇ ମମତା ଏବଂ ତାଙ୍କ ସ୍ୱାମୀଙ୍କୁ ପଳାତକ ଘୋଷଣା କରିଛି କୋର୍ଟ । ଏପରିକି ଭାରତରେ ଥିବା ତାଙ୍କ ସମ୍ପତିକୁ ଜବତ କରିବାକୁ ନିର୍ଦ୍ଦେଶ ମଧ୍ୟ ହୋଇଛି । ତେବେ କେବଳ ମମତା ନୁହଁନ୍ତି ଡ୍ରଗ୍ସର ମାୟା ଜାଲରେ ମାୟାନଗରୀର ଅନେକ ଲୋକପ୍ରିୟ ସେଲିବ୍ରିଟି ଛନ୍ଦି ହୋଇପଡିଛନ୍ତି । କେହି ଏୟାରପୋର୍ଟରେ ଡ୍ରଗ୍ସ ସହ ଧରା ପଡିଛି ତ କେହି ରେବ୍ ପାର୍ଟିରେ । ଏବେ ନଜର ପକାନ୍ତୁ ଡ୍ରଗ୍ସ ସହ ଜଡିତ କିଛି ସେଲିବ୍ରିଟିଙ୍କ ଉପରେ ।

ପରବୀନ୍ ବାବି : ୭୦ ଓ ୮୦ ଦଶକର ସୁପରହିଟ୍ ନାୟିକା ଥିଲେ ପରବୀନ୍ ବାବି । ତାଙ୍କ ମୃତ୍ୟୁ ପରେ ନିର୍ଦେଶକ ମହେଶ ଭଟ୍ଟ ଏକ ଚାଂଚଲ୍ୟକର କଥା କହିଥିଲେ । ୧୯୭୦ କବୀର୍ ବେଦୀଙ୍କ ସହ ବ୍ରେକ୍ ଅପ୍ ପରେ ଭାଙ୍ଗି ପଡିଥିଲେ ପରବୀନ୍ । ଆଉ ଏହା ଭିତରେ ମହେଶ ଏବଂ ପରବୀନଙ୍କ ମଧ୍ୟ ସଂପର୍କ ଘନିଷ୍ଠ ହୋଇଥିଲା । ତେବେ ମହେଶ କହିଥିଲେ ଯେ ପରବୀନ୍ ସବୁବେଳେ ଏଲଏସଡି ନାମକ ଏକ ଡଗ୍ସ ନେଉଥିଲେ । ଆଉ ଏହି ଏଲଏସଡି କାରଣରୁ ଦିନେ ପରବୀନଙ୍କୁ ସିଜୋଫ୍ରିନିଆ ହୋଇଥିଲା । ଆଉ ଏହି ସିଜୋଫ୍ରିନିଆ ଯୋଗୁଁ ହିଁ ଉଭୟ ଅଲଗା ହୋଇଯାଇଥିଲେ ।

ସଞ୍ଜୟ ଦତ୍ତ : ୧୯୯୪ ମୁମ୍ବାଇ ବମ୍ ଧମାକାରେ ସଞ୍ଜୟଙ୍କ ନାଁ ଯୋଡି ହେବା ପରେ ତାଙ୍କ ବିଷୟରେ ଅନେକ କଥା ସାମ୍ନାକୁ ଆସିଥିଲା । ସଂଜୟ ନିଜେ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନ ଜୀବନର ସବୁଠାରୁ ଖରାପ ସମୟ ଥିଲା । ଏକ ସାକ୍ଷାତକାରରେ ସଂଜୟ କହିଥିଲେ ଦୁନିଆରେ ଏମିତି କୌଣସି ଡ୍ରଗ୍ସ ନାହିଁ ଯାହା ସେ ନେଇ ନାହାଁନ୍ତି । ସେ ଏକଥା ମଧ୍ୟ କହିଛନ୍ତି , ଯେତେବେଳେ ବାପା ସୁନୀଲ୍ ଦତ୍ତତାଙ୍କୁ ରିହାବ୍ ସେଂଟର୍ ନେଇକି ଯାଇଥିଲେ ସେତେବେଳେ ତାଙ୍କୁ ଡ୍ରଗ୍ସର ଏକ ତାଲିକା ଦିଆଯାଇଥିଲା । ଆଉ ସେ ତାଲିକାରେ ଥିବା ସମସ୍ତ ଡ୍ରଗ୍ସରେ ଟିକ୍ କରିଥିଲେ । କାରଣ ସେ ସବୁ ଡ୍ରଗ୍ସ ନେଉଥିଲେ । ଏବେ କିନ୍ତୁ ମୁନ୍ନାଭାଇ ଡ୍ରଗ୍ସ ଛାଡିସାରିଲେଣି ।

ଫରଦିନ୍ ଖାନ୍ : ଡ୍ରଗ୍ସ କିଣିବା ଅଭିଯୋଗରେ ପୁଲିସ୍ ଷ୍ଟାର୍ ସନ୍ ଫରଦିନଙ୍କୁ ୨୦୦୧ରେ ଗିରଫ କରିଥିଲା । ଆଉ ଡ୍ରଗ୍ସ ଅଭ୍ୟାସ ଛଡାଇବା ପାଇଁ ତାଙ୍କୁ ଥଇଥାନ କେନ୍ଦ୍ର ପଠାଯାଇଥିଲା । ଚିକିତ୍ସା ପରେ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲା ।

ରଣବୀର୍ କପୁର୍ : ଏକ ମାଗାଜିନକୁ ସାକ୍ଷାତକାର ଦେବାବେଳେ ଚକଲେଟ୍ ବୟ ରଣବୀର୍ କପୁର୍ କହିଥିଲେ ଆକ୍ଟିଂ ସ୍କୁଲରେ ବହୁତ ଚରସ ପିଇଛନ୍ତି । ଆଉ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ସିନେମା ‘ରକଷ୍ଟାର୍’ରେ ଅନେକ ଗୁଡିଏ ସିନ୍ ଚରସ୍ ନେଇକି ହିଁ ସୁଟିଂ କରିଛନ୍ତି ।

ରାହୁଲ୍ ମହାଜନ୍ : ୨୦୦୬ରେ ବିଜେପି ନେତା ସ୍ୱର୍ଗୀୟ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ୍ ମହାଜନ୍ ଡ୍ରଗ୍ସର ଓଭୋର୍ ଡୋଜ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଉ ଡାକ୍ତରଖାନାରୁ ଆସିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲେ ।