ଟୋଲଗେଟ ନିର୍ମାଣ ବେଳେ ଉଲଂଘନ ହୋଇଛି ଗାଇଡ ଲାଇନ୍

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟୋଲଗେଟ୍ ଫି ଆଦାୟ ନେଇ ନୋଟିଫିକେସନ୍ ପରେ ବସ୍ ମାଲିକ ସଂଘ ସହ ଆଲୋଚନା କରିଛନ୍ତି ସରକାର । ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା କେତେକ ଟୋଲଗେଟ ଗାଇଡ ଲାଇନର ଉଲଂଘନ କରିଥିବା ସ୍ୱୀକାର କଲେ ପରିବହନ ମନ୍ତ୍ରୀ ରମେଶ ମାଝୀ । କହିଲେ ଟୋଲଗେଟ୍ ମଧ୍ୟରେ ୬୦ କିଲୋମିଟର ଦୂରତା ରହିବା କଥା ହେଲେ ଏଥିରେ ଉଲଂଘନ ହୋଇଛି । ଏହାର ପୁନଃଯାଂଚ କରାଯିବ । ଜୁନ୍ ୪ରେ ଏନଏଚ ଅଧିକାରୀଙ୍କ ସହ ବସ୍ ମାଲିକ ସଂଘ ଓ ସରକାର ଏନଇ ଆଲୋଚନା କରିବେ କହିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ ।