ବର୍ଷାରାଣୀ ପ୍ରେମକାହାଣୀ

166

ପ୍ରେମ ଯୋଗୁଁ ପୃଥିବୀ ଆଉ ପ୍ରେମ ପାଇଁ ପୃଥିବୀ । ଭଲପାଇବାର ନଥାଏ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା । ଭଲପାଇବାକୁ ସୀମିତ କରି ରଖା ଯାଇପାରିବ ନାହିଁ ଶବ୍ଦର ଶୃଙ୍ଖଳରେ । କିଏ କହେ ପ୍ରେମ ହେଉଛି ତ୍ୟାଗ ଆଉ ବଳିଦାନ । ଆଉ କେହି ପୁଣି କହେ ପ୍ରେମ କେବଳ ଦୁଃଖ ଓ କଷ୍ଟ ଦେଇଜାଣେ । ସ୍ଥଳବିଶେଷରେ ପ୍ରେମର ପରିଭାଷା ଭିନ୍ନ । ଭଲପାଇବା ଜୀବନର ଏକ ଧାରା ଏକ ଆବଶ୍ୟକତା । ତେବେ ବେଳେବେଳେ ଭୁଲ ବୁଝାମଣା ବଦଳାଇ ଦେଇଥାଏ ସମ୍ପର୍କର ସ୍ଥିତି ଓ ପରିଭାଷାକୁ । ଏପରିକି ଦୂରତା ମଧ୍ୟ ବୃଦ୍ଧି କରିଥାଏ ଭୁଲ ବୁଝାମଣା । ସେମିତି ଏକ ସମ୍ପର୍କ ଯାହା ଛନ୍ଦି ହୋଇପଡ଼ିଥିଲା ଅଡୁଆ ସୂତାରେ ତାକୁ ସଜାଡ଼ିଛି ସମୟ । କାହାଣୀ ହେଉଛି ବର୍ଷାସୋନୀ ଚୌଧୁରୀଙ୍କର । ପାରିବାରିକ କଳହ, ପାରସ୍ପରିକ ଭୁଲ ବୁଝାମଣା ମାମଲାକୁ ନେଇଥିଲା ନ୍ୟାୟାଳୟ ପର୍ଯ୍ୟନ୍ତ । ତେବେ ଶେଷକୁ ଆପୋଷ ରାଜିନାମା ପରେ ଦୁହେଁ ଏକାଠି ହୋଇଛନ୍ତି । ଏହାକୁ ନେଇ ସ୍ପେଶାଲ ରିପୋର୍ଟ ବର୍ଷାରାଣୀ ପ୍ରେମକାହାଣୀ

barsha rajashree patch upଆଗକୁ ଏକାଠି ରହିବେ ରାଜାଶ୍ରୀ ଓ ବର୍ଷାସୋନୀ । ପୁରୁଣା ତିକ୍ତତାକୁ ଭୁଲି ଆରମ୍ଭ କରିବେ ସୁନାର ସଂସାର । ଯେଉଁଠି ଥିବ ପରସ୍ପରକୁ ବୁଝିବାର ପ୍ରତ୍ୟୟ । ପରସ୍ପରକୁ ଆପଣାପଣରେ ବାନ୍ଧିବାର ଆଶା ଓ ଆଗ୍ରହ । ଏବେ ପଡ଼ିଛି ନୂଆ ଏକ ସଂସାର ପାଇଁ ମୂଳଦୁଆ । ଯାହା ଉପରେ ଛିଡ଼ାହେବ ରାଜାଶ୍ରୀ ଓ ବର୍ଷାସୋନୀଙ୍କ ନୀଡ଼ । ଯେଉଁଠାରେ ଅଗଣାରୁ ଘରଯାଏଁ ସବୁଠି ଝଲସୁଥିବ ବେସୁମାର୍ ଭଲପାଇବା । କମ୍ ଥିବ ଅଭାବ ଅଭିଯୋଗ ଅଧିକ ଥିବ ବନ୍ଧନର ଗୁରୁତ୍ୱ । ବର୍ଷାସୋନୀ ଓ ରାଜାଶ୍ରୀ ଏକାଠି ହେବାପରେ ଏବେ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ଉଭୟଙ୍କ ପାଖକୁ ।

barsa-rajashreeକିଛି ଦିନ ତଳେ ଘଟଣାର ରୂପରେଖ ଥିଲା ଭିନ୍ନ । ମାମଲା ପହଂଚିଥିଲା ଫ୍ୟାମିଲି କୋର୍ଟରେ । ମାସିକ ୬୦ ହଜାର ଟଙ୍କାର ଭରଣପୋଷଣ ଓ ଛାଡପତ୍ର ଦାବି କରି ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷାସୋନୀ । ତେବେ ରାଜାଶ୍ରୀ କୌଣସି ଅପୋଷ ବୁଝାମଣା ସପକ୍ଷରେ ନଥିବା ଜଣାପଡିଥିଲା । ଭରଣପୋଷଣ ବାବଦକୁ ମାସିକ ୨୫ ହଜାର ଟଙ୍କା ବର୍ଷାସୋନୀଙ୍କୁ ରାଜାଶ୍ରୀ ଦେବା ପାଇଁ କୋର୍ଟ ରାୟ ଦେଇଥିଲେ । ସେପଟେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କକୁ ସୁଧାରିବା ଓ ଆପୋଷ ବୁଝାମଣା ପାଇଁ କାଉନସେଲିଂ ଜରିଆରେ ପ୍ରୟାସ ଜାରି ରଖିଥିଲା ଫ୍ୟାମିଲି କୋର୍ଟ । ଶେଷକୁ ଏହାର ମିଳିଥିଲା ସୁଫଳ । ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଦୂର କରି ପୁଣିଥରେ ଏକାଠି ହେବାକୁ ମନ ବଳାଇଥିଲେ ଦୁହେଁ । ଏବେ ସମ୍ପର୍କର ନୂଆ ଏକ ବାଟର ବାଟୋଇ ରାଜାଶ୍ରୀ ଓ ବର୍ଷାସୋନୀ । ସମ୍ପର୍କରେ ଆସିଛି ସୁଧାର ଓ ବର୍ଷାସୋନୀ ବାହୁଡ଼ିଛନ୍ତି ନିଜ ସ୍ୱାମୀଙ୍କ ନିକଟକୁ ।

barsha soniକାହାଣୀରେ ଥିଲା ପାୱାର୍ ପଲିଟିକ୍ସ । କାରଣ ବର୍ଷାସୋନୀ ଯୌତୁକ ମାମଲାରେ ରାଜ୍ୟ ମନ୍ତ୍ରିମଣ୍ଡଳର ତତ୍କାଳୀନ ପାୱାରଫୁଲ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପରିବାର, କାଠଗଡାକୁ ଟଣା ହୋଇ ଆସିଥିଲେ । ରଘୁନାଥ ମହାନ୍ତି ମନ୍ତ୍ରୀ ପଦରୁ ବିଦା ହୋଇଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଏକପ୍ରକାର ଲାଗିଯାଇଥିଲା ପୂର୍ଣ୍ଣଚ୍ଛେଦ । ବଡ ଘରର ବଡ ଗୁମର ପଦାକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ହଇଚଇ ଖେଳି vlcsnap-2016-05-27-13h42m33s220ଯାଇଥିଲା । ମାର୍ଚ୍ଚ ୧୪ ତାରିଖ ୨୦୧୩ ମସିହାରେ ରଘୁନାଥ ମହାନ୍ତିଙ୍କ ବୋହୁ ବର୍ଷାସୋନୀ ଚୌଧୁରୀ ବାଲେଶ୍ୱର ଟାଉନ ଥାନାରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଯୌତୁକ ବାବଦକୁ ୨୫ ଲକ୍ଷ ଟଙ୍କା ଓ ସ୍କର୍ପିଓ ଗାଡି ପାଇଁ ତାଙ୍କ ଶାଶୂଘର ଲୋକ ଦାବି କରିଥିବା ଅଭିଯୋଗ କରିଥିଲେ ବର୍ଷାସୋନୀ । ଏଥିଲାଗି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା କହିଥିଲେ ସେ । ଏହି ମାମଲାରେ ପ୍ରଥମେ ଚୌଦ୍ୱାର ଅଂଚଳରୁ ଗିରଫ କରାଯାଇଥିଲା ସ୍ୱାମୀ ରାଜାଶ୍ରୀଙ୍କୁ । ଶ୍ୱଶୁର ରଘୁନାଥ ମହାନ୍ତି ଓ ଶାଶୁ ପ୍ରୀତିଲତାଙ୍କୁ ଗିରଫ କରାଯାଇଥିଲା କୋଲକାତାରୁ । ମାମଲା କୋର୍ଟକୁ ଯିବା ପରେ ଦୂରତା ବଢ଼ିଯାଇଥିଲା ରାଜାଶ୍ରୀ ଓ ବର୍ଷାସୋନୀଙ୍କ ମଧ୍ୟରେ । ତେବେ ଫ୍ୟାମିଲି କୋର୍ଟର ଉଦ୍ୟମ ଯୋଗୁଁ ଏକାଠି ହୋଇଥିଲେ ଦୁହେଁ ।

ସମ୍ପର୍କର ଅଡୁଆ ସୂତା । ସହଜରେ ସଜାଡ଼ିହୁଏ ନାହିଁ । ବର୍ଷାସୋନୀ ବିବାଦର ଏହି ମିଳନ ମୋଡ଼ ଉପରେ ଏବେ ସମସ୍ତଙ୍କର ନଜର । ଅନେକ ପ୍ରଶ୍ନବାଚୀ ମଧ୍ୟ ଏହାକୁ ନେଇ । ବର୍ତମାନ ସମୟରେ ଉଭୟ ପରିବାରରେ ଖୁସିର ଲହରି । ହାତ ଧରାଧରି ହୋଇ ଜୀବନର ବାଟରେ ଆଗକୁ ଆଗକୁ ବଢ଼ନ୍ତୁ ଦୁହେଁ ଏତିକି ରହିବ କାମନା ।