ଆଜି ଆସୁଛନ୍ତି ମୋହନ ଭାଗବତ । ୭ ଦିନ ଧରି ଭୁବନେଶ୍ୱରରେ ଚାଲିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ
କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏ ୯ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆରଏସଏସର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଏଥିରେ ସାମିଲ ହେବାକୁ ମୋହନ ଭାଗବତ ଆସୁଛନ୍ତି । ବୈଠକ ସରିବା ଯାଏ ଭାଗବତ ଓଡିଶାରେ ରହିବେ ବୋଲି ସୂଚନା ମିଳିଛି । ସେପଟେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ଏହି ବୈଠକରେ ସାମିଲ ହେବେ । ଆସନ୍ତା ୧୫ ତାରିଖରେ ସେ ଆସିବେ ବୋଲି କୁହାଯାଉଛି । ତେବେ ନଡ୍ଡା ୪ ଦିନ ଓଡିଶାରେ ରହିବେ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନଡ୍ଡା ଏବଂ ମୋହନ ଭାଗବତଙ୍କ ସମେତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାୟ ୩୦୦ ପଦାଧିକାରୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେବେ । ମଣ୍ଡଳ ବୈଠକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବର୍ଷ ତମାମର କାର୍ଯ୍ୟସୂଚୀ ସ୍ଥିର କରାଯିବ । ଏଥିସହ ମୋଦୀ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ । ପ୍ରଥମ ଥର ପାଇଁ ଏପରି ଏକ ଜାତୀୟ ସ୍ତରର ବୈଠକ ଓଡ଼ିଶାରେ ଆୟୋଜନ କରୁଛି ଆରଏସଏସ୍ ।