⁠⁠⁠⁠⁠ନାତୁଣୀର ଇଜ୍ଜତ ରକ୍ଷା କରିବାକୁ ଯାଇ ପୁଅକୁ ମାରିଲା ମା’ ! କଳିଯୁଗର ଦୁରାଚାରୀ ବାପାର ବର୍ବର ଚରିତ୍ର

88

ନାତୁଣୀ ପାଇଁ ମଦୁଆ ପୁଅକୁ ମାରିଲା ମା’ । ଛାତିରେ ପଥର ରଖି ଶେଷରେ ଜନ୍ମକଲା ପୁଅକୁ ମାରିବାକୁ ବାଧ୍ୟ ହେଲା ମା’ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲାର ସାକ୍କଭୟାଲ ଗାଁରେ । ନାତୁଣୀର ଇଜ୍ଜତ ରକ୍ଷା କରିବାକୁ ଯାଇ ପୁଅକୁ ମାରିବାକୁ ବାଧ୍ୟ ହେଲେ ମହିଳା । ସୂଚନା ଅନୁସାରେ ୧୯ ବର୍ଷୀୟା ଗିରିଜା ସବୁଦିନ ପରି ବୁଧବାର ରାତିରେ ବାପାର ରାସ୍ତାକୁ ଚାହିଁ ବସିଥିଲା । ସୂଚନାଯୋଗ୍ୟ ପୂର୍ବରୁ ଅନେକ ଥର ନିଜ ଝିଅ ଗିରିଜାକୁ ଦୁଷ୍କର୍ମ ଉଦ୍ୟମ କରିସାରିଥିଲା ପାପୀ ବାପା । କିନ୍ତୁ ସବୁବେଳେ ଗିରିଜାର ଆଇ ହିଁ ଗିରିଜାକୁ ତା’ ବାପାର ଖରାପ ନଜରରରୁ ରକ୍ଷା କରୁଥିଲେ । କିନ୍ତୁ ବୁଧବାର ରାତି ତାଙ୍କ ପାଇଁ କାଳ ରାତି ହୋଇଗଲା ।

ଯେତେବେଳେ ଗିରିଜାର ବାପା ବୀରାସାମୀ(୪୭ ବର୍ଷ) ଘରକୁ ଫେରିଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହାଦେଖି ବୀରାସାମୀର ମା’ ତଥା ଗିରିଜାର ଆଇ ଏକଥାକୁ ବରୋଧ କରିଥିଲେ । ଗିରିଜାକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଗିରିଜାର ଆଇମା’ । ଗିରିଜା କହିବା ଅନୁସାରେ, ମୋ ସହ ଅସଦାଚରଣ ହେଉଥିବା ଦେଖି ଆଇ କ’ଣ କରିବେ ଚିନ୍ତା କରିପାରିନଥିଲେ । କିଛି ରାସ୍ତା ଦେଖାଯାଉନଥିଲା । ଶେଷରେ ଅନ୍ୟଉପାୟ ନପାଇ ବାଧ୍ୟ ହୋଇ ସେ ଏକ ବାଡ଼ିି ସାହାଯ୍ୟରେ ବାପାଙ୍କୁ ମାରିଥିଲେ । ଫଳରେ ଘଟଣାସ୍ଥଳରେ ଅଭିଯୁକ୍ତ ମୃତ୍ୟୁ ବରଣ କରିଥିଲା । କିନ୍ତୁ ଏନେଇ ସେ ମରିଯିବେ ବୋଲି ଆଇ ଜାଣିନଥିଲେ । ସେ କେବଳ ମୋତେ ରକ୍ଷା କରିବାକୁ ଯାଇ ଏପରି କରିଥିଲେ ।

ଘଟଣାର ତୁରନ୍ତ ପରେ ଗରିଜାର ଆଇଙ୍କୁ ପୋଲିସ ଗିରଫ କରିନେଇଛି । ଏବଂ ତାଙ୍କ ବିରୋଧରେ ନିଜ ପୁଅର ହତ୍ୟା ଅଭିଯୋଗରେ ୩୦୪ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏବେ ଏବେ ମହିଳା ଜଣକ ଜେଲରେ ବନ୍ଦ ଅଛନ୍ତି । ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଗିରିଜା ଏବଂ ପ୍ରଶ୍ନ କରିଛନ୍ତି , ଏଘଟଣାରେ ମୋ ଆଇମା’ର କ’ଣ ଭୁଲ ରହିଲା । ସେ କେବଳ ମୋତେ ରକ୍ଷା କରିବାକୁ ଚାହୁଁଥିଲେ । ତେବେ ପୋଲିସ ଅଧିକାରୀ କହିଛନ୍ତି ସେ କେବେଳ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି । ଏପରିସ୍ଥିରେ ଅଭିଯୁକ୍ତଙ୍କ ଛାଡ଼ିବା ପାଇଁ ମନ ହେଉଥିଲେ ହେଁ ପୋଲିସ ଭାବପ୍ରବଣ ହୋଇପାରିବ ନାହିଁ । ସବୁ କିଛି ଆଇନର ନିୟମ ଅନୁସାରେ ହେବ ।

ତେବେ ଏହା ପ୍ରଥମ କଥା ନୁହେଁ । ଏହା ପୂର୍ବରୁ ୨୦୧୨ , ୯ ଫେବୃୟାରୀରେ ଏପରି ଏକ ମାମଲା ସାମ୍ନାକୁ ଆସୁଥିଲା । ଉଷା ନାମକ ଜଣେ ମହିଳା ମଧ୍ୟ ସ୍ୱାମୀକୁ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର ଚେଷ୍ଟା କରୁଥିବାର ଦେଖିଥିଲେ । ଏହା ଦେଖ ଉଷା ଦେବୀ ନିଜ ସ୍ୱାମୀ ତଥା ଅଭିଯୁକ୍ତ ଉପରକୁ କ୍ରିକେଟ ବ୍ୟାଟରେ ଆକ୍ରମଣ କରିଥିଲେ । ଫଳରେ ଘଟରାସ୍ଥଳରେ ତାଙ୍କ ସ୍ମାବୀ ମୃତ୍ୟୁ ବରଣ କରିଥିଲେ । ତା’ପରେ ଉଷା ନିଜେ ପୁଲିସରେ ଆତ୍ମସମର୍ପଣ କରିଥିଲେ । ତେବେ ଉଷା ରାଣୀଙ୍କ୍ ମାମଲାକୁ ଦୃଷ୍ଟିରେ ରଖି ଧାରା ୧୦୦, ଅନୁସାରେ ଉଷା ରାଣୀଙ୍କୁ ଛାଡ଼ି ଦେଇଥିଲେ । ନିଜସ୍ୱ ସୁରକ୍ଷାକୁ ପାଇଁ ହତ୍ୟା କରିଥିବାରୁ ଉଷା ଦେବୀଙ୍କ ଛାଡ଼ିଦିଆଯାଇଥିଲା ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଏବେ ଗିରିଜାଙ୍କ ଆଇମା କ୍ଷେତ୍ରରେ ଏହି ଧାରା ଲାଗୁ ହେବ କି ? ତେବେ ଆପଣ ଥରେ ଚିନ୍ତିା କରନ୍ତୁ ତ ଗିରିଜାର ଆଇମା’ଙ୍କ ଭୁଲ କ’ଣ ରହିଛି । ସେ କ’ଣ ନିଜ ନାତୁଣୀର ଉଜ୍ଜତ ଯିବା ପର୍ଯ୍ୟନ୍ତ ଅପେକ୍ଷା କିରଥାନ୍ତେ, କିମ୍ବା ପୁଲିସକୁ ଅପେକ୍ଷା କରିଥାଆନ୍ତେ । ଏପରି ସ୍ଥଳେ ତାଙ୍କର ଏହି ପଦକ୍ଷେପ କ’ଣ ଉଠିଚ୍ ନୁହେଁ ।