କଲେଜ କ୍ୟାମ୍ପେନିଂର ହେଟଷ୍ଟୋରୀ ଘଟଣା ! ମହିଳା ପ୍ରାର୍ଥୀ ହନିଟ୍ରାପ କରୁଥିବା ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପରେ ବଢିଲା ଅଶାନ୍ତି

31

କନକ ବ୍ୟୁରୋ: ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପରେ ବଢିଲା ଅଶାନ୍ତି । କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି । ମାମଲା ଥାନାରେ ପହଂଚିଥିବା ବେଳେ ଏନେଇ କୌଣସି ଲିଖିତ ଅଭିଯୋଗ ଆସିନଥିବା କଲେଜ ଅଧ୍ୟକ୍ଷ କହିଛନ୍ତି । ପୁଲିସ କଲେଜକୁ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ କରିବା ଦାବି ହୋଇଛି ।

ସୂଚନା ମୁତାବକ, ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ପ୍ରାର୍ଥୀଙ୍କ ହନିଟ୍ରାପରେ ପଡନ୍ତୁ ନାହିଁ । ଏଭଳି ଆପତ୍ତିଜନକ ମନ୍ତବ୍ୟ ଥିବା ପୋଷ୍ଟ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ଏନେଇ ଅଭିଯୋଗ ହୋଇଥିଲା । ଏଭଳି ଆପତ୍ତିଜନକ ପୋଷ୍ଟ କରି ପ୍ରତିପକ୍ଷ ଛାତ୍ର ଗୋଷ୍ଠୀ ତାଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ବାଢିଛନ୍ତି ପ୍ରାର୍ଥୀ । ଏଭଳି ଆପତ୍ତିଜନକ ପୋଷ୍ଟ ଲିଙ୍ଗଡୋ କମିଶନଙ୍କ ନିୟମର ଉଲ୍ଲଂଘନ ଓ ସାଇବର ଅପରାଧ ବୋଲି କହିଛନ୍ତି ସଂପୃକ୍ତ ମହିଳା ପ୍ରାର୍ଥୀ ।

ତେଣୁ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ କଲେଜରେ ହିଂସାତ୍ମକ ରୁପ ନେଉଛି ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ହେଲେ ଏହାରି ଭିତରେ କଟକରେ ସୋସିଆଲ ମିଡିଆରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଚରିତ୍ର ସଂହାର ଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।