କାମାକ୍ଷାନଗର କଲେଜରେ ନିର୍ବାଚନୀ ହିଂସା ! ପ୍ରାର୍ଥୀ ପତ୍ର ନାକଚକୁ ନେଇ କଲେଜରେ ଭଙ୍ଗାରୁଜା, ସାଇନ-ଏ-ଡାଏ ଘୋଷଣା

34

କନକ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର କଲେଜରେ ନିର୍ବାଚନୀ ହିଂସା । ପ୍ରାର୍ଥୀପତ୍ର ନାକଚକୁ ନେଇ କଲେଜ ଅଧ୍ୟକ୍ଷଙ୍କ କ୍ୟାବିନରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ର । ଫଳରେ ନିର୍ବାଚନ ବାତିଲ କରାଯିବା ସହ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।

ତେବେ ଉତ୍ତେଜନା ପରେ ପୁଲିସ ୮ଛାତ୍ରଙ୍କୁ ଅଟକ ରଖିଛି । ନାକଚ ହୋଇଥିବା ପାର୍ଥୀପତ୍ରକୁ ନେଇ ଗୋଟିଏ ଛାତ୍ରଗୋଷ୍ଠୀର ପିଲାମାନେ କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ପସି ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ପୁଲିସ ପଂହଚି ପରିସ୍ଥିତିକୁ ଆୟତ କରିଛି ।

ସୂଚନା ମୁତାବକ, ଛାତ୍ରସଂସଦ ନିର୍ବାଚନକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ଉତ୍ତେଜନା ଦେଖାଦେଇଛି । ଜଣେ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବା ପରେ ତାଙ୍କ ସମର୍ଥକମାନେ ତୁମୁଳକାଣ୍ଡ କରିଛନ୍ତି । କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଶି ଉତ୍ତ୍ୟକ୍ତ ଛାତ୍ରମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଝରକା, ଏସି, ଚେୟାର ଓ ଟେବୁଲ ଭାଙ୍ଗିଦେଇଛନ୍ତି ଉତ୍ତ୍ୟକ୍ତ ଛାତ୍ରମାନେ । ତେବେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଯେପରି ପୁଣି ଥରେ ନଘଟିବ ସେ ନେଇ କଲେଜ ପରିସରରେ ବ୍ୟାପକ ପୁଲି ଫୋର୍ସ ମୁତୟନ କରାଯାଇଛି ।