୨୦୧୮ରେ ଧନୀ ହେବା ପାଇଁ ଚାହୁଁଛନ୍ତି କି ! ଆପଣଙ୍କ ପାଇଁ କିଛି ଦରକାରୀ ଟିପ୍ସ

144

ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ଆଉ ଏନେଇ ଲୋକେ ଖୁବ ଉତ୍ସାହିତ ଅଛନ୍ତି । ଆଉ ନୂତନ ବର୍ଷ କିପରି ଭଲରେ କଟିବ ସେ ନେଇ ଟାର୍ଗେଟ ସେଟ୍ କରୁଛନ୍ତି । ତେବେ ଅଧିକାଂଶ ଲୋକେ ଧନୀ ହେବାକୁ ଚାହାନ୍ତି । ଯଦି ଆପଣ ମଧ୍ୟ ନବବର୍ଷରେ ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ କିଛି ଟିପ୍ସ . . . .

ଧନୀ ହେବାର କିଛି ସରଳ ଉପାୟ – ଧନୀ ହେବା ପାଇଁ ଆପଣ ସଂଚୟ କରନ୍ତୁ କିମ୍ବା ଅଧିକ ଆୟ କରିବା ପାଇଁ ଟାର୍ଗେଟ ରଖନ୍ତୁ । ଅନେକ ଥର ଅଧିକ ଆୟ କରିବା ଆମ ହାତରେ ନଥାଏ । କିନ୍ତୁ ସଂଚୟ କରିବା ଆମ ହାତରେ ଥାଏ । ନିଜର ଅଭ୍ୟାସରେ ପରିବର୍ତ୍ତନ ଆଣି କିଛି ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ ।

ଅଟୋମେଟିକ୍ ଟ୍ରାନ୍ସଫର -ଅନେକ ଲୋକ ଅଭିଯୋଗ କରନ୍ତି, ତାଙ୍କ ପାଖରେ ଟଙ୍କା ଥିଲେ ମଧ୍ୟ ଖର୍ଚ୍ଚ ହୋଇଯାଉଛି । କିମ୍ବା ସଂଚୟ ହୋଇପାରୁ ନାହିଁ । ଏପରିସ୍ଥଳେ ଆପଣ ପ୍ରତି ମାସରେ ବ୍ୟାଙ୍କକୁ ଅଟୋମେଟିକ୍ ଟ୍ରାନ୍ସଫର ଆରମ୍ଭ କରିଦିଅନ୍ତୁ । ଏଥିରେ ଆପଣ ଭଲ ସଂଚୟ କରିପାରିବେ । ଆଉ ଏହି ଟଙ୍କାକୁ ଭଲ ଫେରସ୍ତ ମିଳୁଥିବା ସ୍ଥାନରେ ନିବେଶ କରନ୍ତୁ । ତେବେ ଚିଟଫଣ୍ଡକୁ ଧ୍ୟାନରେ ରଖି ବିଶ୍ୱାସଯୋଗ୍ୟ କମ୍ପାନୀରେ ନିବେଶ କରିବା ଉଚିତ୍ । ଅଧିକ ଟଙ୍କା ପାଇବା ଲୋଭରେ ଏପରି କିଛି ପଦକ୍ଷେପ ନିଅନ୍ତୁ ନାହିଁ ଯଦ୍ୱାରା ପରେ ପସ୍ତେଇବା ପାଇଁ ପଡ଼ିବ ।

ନୂଆ କାର୍ଯ୍ୟଶୈଳୀ ଶିଖନ୍ତୁ -ପ୍ରତିଦିନ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ । ପ୍ରତିଦିନ ନିଜକୁ ୨୦ ମିନିଟ୍ ଦିଅନ୍ତୁ । ନିଜକୁ ମହଭୁତ କରିବା ପାଇଁ କିଛି ନୁତନ ଜ୍ଞାନ ଆହୋରଣ କରିବା ଉଚିତ୍ । ଯଦ୍ୱାରା ଭବିଷ୍ୟତରେ ଅଧିକ ଆୟ କରିବାର ସୁଯୋଗ ମିଳିପାରେ ।

ସଂଚୟ କରନ୍ତୁ-ସଂଚୟ ମଧ୍ୟ ଏକ ପ୍ରକାର ଆୟ ଅଟେ । ଅନେକ ବିଶେଷଜ୍ଞ ସଂଚୟକୁ ହିଁ ଧନୀ ହେବାର ଏକ ମୂଳ ମନ୍ତ୍ର କୁହନ୍ତି । ତେବେ ଖର୍ଚ୍ଚ କାଂଟ କରନ୍ତୁ ।