ସରକାର କଲେ ଘୋଷଣା ! ନୂଆବର୍ଷରେ ଜନ୍ମିତ ଶିଶୁକନ୍ୟାକୁ ମିଳିବ ମାଗଣା ଶିକ୍ଷା
ଗର୍ଭଧାରଣ ଠାରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଗୋଟିଏ ମା’ର ଅନେକ ଚିନ୍ତାଥାଏ । ପୁଣି ପୁଅର ଆଶା ରଖିଥିବା ମାତାପିତାମାନେ ଝିଅକୁ ବୋଝ ଭାବି ଗର୍ଭପାତ କରାଇବାକୁ ପଛାନ୍ତିନାହିଁ । ଏହି ସବୁ ଧାରଣାକୁ ଲୋକମାନଙ୍କ ମନରୁ ହଟାଇବା ପାଇଁ ବେଙ୍ଗାଲୁରୁରେ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୮ ଜାନୁଆରି ୧ରେ ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାକୁ ମାଗଣାରେ ଶିକ୍ଷା ଦିଆଯିବ ବୋଲି ବେଙ୍ଗଲୁରୁର ମେୟର ଆର୍.ସଂପତରାଜ ଘୋଷଣା କରିଛନ୍ତି । ବେଙ୍ଗାଲୁରୁରେ ଯେ କୌଣସି ସରକାରୀ ଡ଼ାକ୍ତରଖାନରେ ନୂଆବର୍ଷ ଦିନ ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାକୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦିଆ ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଖୋଲାଯିବ ଏକ ଜଏଣ୍ଟ ଆକାଉଣ୍ଟ ଓ ସେଥିରେ ୫ଲକ୍ଷ ଟଙ୍କା ଜମା କରାଯିବା ସହ ଏଥିରୁ ମିଳୁଥିବା ସୁଧ ଶିଶୁ କନ୍ୟାର ପଢ଼ାରେ ଲାଗିବ ବୋଲି ମେୟର କହିଥିଲେ ।
ସରକାରୀ ଡ଼ାକ୍ତରଖାନାକୁ ଆସୁଥିବା ଗର୍ଭବତୀ ମହିଳା ସାଧାରଣତଃ ଭାବରେ ଗରିବ ଶ୍ରେଣୀର ହୋଇଥିବା ବେଳେ ଶିଶୁକନ୍ୟାକୁ ବୋଝବୋଲି ଭାବିଥାନ୍ତି । ଏଭଳି ଧାରଣାକୁ ଦୂର କରିବା ପାଇଁ ଏହି ପଦକ୍ଷପ ନିଆ ଯାଇଥିବା ଜଣାପଡ଼ିଛି । ଏଥି ପାଇଁ ସବୁ ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡ଼ିସେମ୍ବର ୩୧ ମଧ୍ୟରାତ୍ର ପରଠାରୁ ଟାଇମ୍ ରେକର୍ଡ଼ କରାଯିବାକୁ କୁହାଯାଇଛି । ପ୍ରଥମ ଶିଶୁକନ୍ୟା କିଏ ଜଣା ପଡ଼ିବା ପରେ ଜାନୁଆରି ୧ରେ ବିଜେତା ଘୋଷଣା କରାଯିବ ବୋଲି କହିଛନ୍ତି ସଂପତରାଜ । ବେଙ୍ଗାଲୁରୁରେ ୩୨ଟି ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ୨୬ଟି ପ୍ରସୁତି ବିଭାଗ ରହିଥିବା ଜଣାପଡ଼ିଛି ।