୨୦ ବର୍ଷର ହୋଇ ଯାଇଛନ୍ତି କି ? କ୍ୟାରିୟର ସହ ଜଡିତ ୫ ଟି ଜରୁରୀ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

46

ଯଦି ଆପଣ ୨୦ ବର୍ଷର ପାଦ ଦେଇ ସାରିଛନ୍ତି, ତେବେ ଏହି ସମୟ ହିଁ ଆପଣଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ନିଆ ଯାଇଥିବା କୌଣସି ବି ମହତ୍ୱପୁର୍ଣ୍ଣ ନିଷ୍ପତି ଆପଣଙ୍କ ପୁରା ଜୀବନକୁ ପ୍ରଭାବିତ କରିପାରେ । ଏହା ଏମିତି ଏକ ସମୟ ଯେତେବେଳ ଆପଣ କ୍ୟାରିୟରକୁ ନେଇ ସଜାଗ ହେବା ହେବା ଜରୁରୀ ।

ଜାଣନ୍ତୁ ଏହି ସମୟରେ କିପରି କରିବେ କ୍ୟାରିୟରର ନିଷ୍ପତି . . . .

୧.ସର୍ବ ପ୍ରଥମେ ନିଜକୁ କିଛି ସମୟ ଦିଅନ୍ତୁ । ଯଦି ହୋଇପାରୁଛି ଏକା କେଉଁଠିକୁ ବୁଲିଯାଆନ୍ତୁ ଓ ଭବିଷ୍ୟତ ବିଷୟରେ ଶାନ୍ତିରେ ଯୋଜନା ପ୍ରସ୍ତୁତ କରନ୍ତୁ ।

୨. ଆପଣଙ୍କୁ ଯେଉଁ ବିଷୟରେ ଦକ୍ଷତା ଅଧିକ ତାହା ଉପରେ କ୍ୟାରିୟର କରନ୍ତୁ ।

୩.ଆଖାପାଖର ସାଙ୍ଗ ମାନଙ୍କୁ ଚିହ୍ନନ୍ତୁ । ନିଜ ଗ୍ରୁପରେ ସେହି ସାଙ୍ଗ ମାନଙ୍କୁ ବାହାର କରିଦିଅନ୍ୁ ଯେଉଁମାନେ ପାଠପଢାରେ ବାଧା ସୃଷ୍ଟି କରୁଛନ୍ତି ।

୪. ଏହି ସମୟରୁ ହିଁ ପ୍ରଫେସନାଲ ହେବା ଶିଖି ନିଅନ୍ତୁ । ଏପରି ଅଭ୍ୟାସ ଆଗକୁ ଯାଇ ଆପଣଙ୍କୁ ସାହାଯ୍ୟ କରିବ ।

୫.ଏହି ସମୟରେ କ୍ୟାରିୟରକୁ ନେଇ ଅନେକ ଚିନ୍ତା ଆସିଥାଏ । ଆପଙ୍କୁ ବହୁତ ଜିନିଷ ଏଳାବେଳେ ଭଲ ଲାଗିପାରେ । ଏହାସହ ଅନେକ ଲୋକ ଆପଣଙ୍କୁ ବିଭିନ୍ନ ପରାମର୍ଶ ଦେଇପାରନ୍ତି । କିନ୍ତୁ ଏଥି ଉପରେ ଧ୍ୟାନ ନଦେଇ ନିଜ କ୍ଷମତା ଓ ପରିଶ୍ରମକୁ ନଜରରେ ରଖି କ୍ୟାରିୟନ ଚୟନ କରନ୍ତୁ ।