ଟିକ୍-ଟକରେ ୫ ଲକ୍ଷ ଫଲୋଅର୍ସର୍ ଥିବା ଜିମ୍ ଟ୍ରେନରଙ୍କ ଉପରକୁ ସଂନ୍ଦିଗ୍ଧ ଚଳାଇଲେ ଗୁଳି ! ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ।

488

ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ଗ୍ୟାଙ୍ଗ୍ ୱାରର ମାମଲା ସାମ୍ନାକୁ ଆସିଛି । ଦୁଇଦିନ ପୂର୍ବରୁ ମେଟ୍ରୋ ଷ୍ଟେସନ୍ ପାଖରେ ପୋଲିସ୍ ଏବଂ ଗ୍ୟାଙ୍ଗୱାର୍ ଫାୟାରିଙ୍ଗର ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ସଂନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ନଜଫଗଢରେ ଟିକ୍-ଟକରେ ଲୋକପ୍ରିୟ ହୋଇଥିବା ଏବଂ ୫ ଲକ୍ଷ ଫଲୋଅର୍ସ ଥିବା ଜିମ୍ ଟ୍ରେନରଙ୍କୁ ମଙ୍ଗଳବାର ସନ୍ଧ୍ୟା ସଂନ୍ଦିଗ୍ଧମାନେ ଗୁଳି ମାରି ହତ୍ୟା କରିଛନ୍ତି । ଗମ୍ଭୀର ରୁପରେ ଅଘାତ ହୋଇଥିବା ୨୭ ବର୍ଷୀୟ ମୋହିତ୍ ମୋରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଲୋକପ୍ରିୟ ଆପ୍ ଟିକ୍-ଟକରୁ ଫେମସ୍ ହୋଇଥିବା ମୋହିତଙ୍କ ୫ ଲକ୍ଷ ଫଲୋଅର୍ସ ଥିଲେ ।

ଇନଷ୍ଟାଗ୍ରାମ୍ ରେ ୩ ଲକ୍ଷ ଫଲୋଅର୍ସ ଥିବା ମୋହିତ୍ ମଙ୍ଗଳବାର ସନ୍ଧ୍ୟା ୫ ଟା ବେଳେ ବଜାରରେ ଥିବା ବେଳେ ବାଇକ୍ ରେ ୩ ଜଣ ସଂନ୍ଦିଗ୍ଧ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୭ ଟି ଗୁଳି ତାଙ୍କ ଦେହରେ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ପୋଲିସ୍ କହିବାନୁସାରେ ଏହା କୌଣସି ଷଡଯନ୍ତ୍ର ବୋଲି କୁହାଯାଉଛି ।