ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ! ଶ୍ରୀ ମନ୍ଦିର ଚତୁଃପାର୍ଶ୍ୱରେ କଡା ସୁରକ୍ଷା ବଳୟ

21

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଯେପରି ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଛନ୍ତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ କଡା ସୁରକ୍ଷା ବଳୟ ଭିତରେ ରଖା ଯାଇଛି । ଯେପରି କୌଣସି ଅବ୍ୟବସସ୍ଥା ନଘେଟେ ସେଥିପାଇଁ ବ୍ୟାପକ ପ୍ରସ୍ତୁିତି ହୋଇଛି । ସ୍ନାନବେଦୀର ଚତୁଃପାର୍ଶ୍ୱକୁ କଡା ସୁରକ୍ଷାରେ ରଖାଯାଇଛି ।