ଆଜିଠାରୁ ଦେଶରେ ହେଉଛି ୫ଟି ବଡ଼ ପରିବର୍ତ୍ତନ ! ଆପଣ ବି ଜାଣନ୍ତୁ . . .

71

ଆଜି ସାରାଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ସ୍ୱାଧୀନତା ଦିବସ । ଆଉ ଏଥିପାଇଁ ସାରା ଦେଶ ଉତ୍ସବ ମୁଖର । ତେବେ ଆଜି ଠାରୁ ଦେଶରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେଉଛି । ଆଜି ଜିଓ ବ୍ରଡ଼ବ୍ୟାଣ୍ଡ ସେବା ଓ ଜିଓଫୋନ୍-୨ ଲଂଚ କରିଛି । ଅନ୍ୟପଟେ ଟ୍ରେନର ସମୟସାରଣୀରେ ପରିବର୍ତ୍ତନ, ଆୟୁଷ୍ମାନ ଭାରତ, ପତଞ୍ଚଳୀ ଓ ମେସେଜିଙ୍ଗ୍ ଆପ୍ କିମ୍ବୋ ଆଜି ଠାରୁ ଆରମ୍ଭ ହେଉଛି ।

ଆଜି ଠାରୁ ଟ୍ରେନର ସମୟସାରଣୀରେ ପରିବର୍ତ୍ତନ ହୋଇଛି । ନୂଆ ସମୟରେ ଚାଲିବ ଟ୍ରେନ୍ । ଅଗଷ୍ଟ ୧୫ରୁ ରାଜ୍ୟରେ୩୪ଟି ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ରାଜ୍ୟର ବିଭିନ୍ନ ଷ୍ଟେସନରୁ ନୂଆ ସମୟରେ ଟ୍ରେନ ଗୁଡ଼ିକ ଚଳାଚଳ କରିବ । କିଛି ଟ୍ରେନ୍ ବିଳମ୍ବରେ ଚାଲିବ ଆଉ କିଛି ଶୀଘ୍ର ।

ଏହା ବ୍ୟତୀତ ଜିଓରୁ ନୂଆ ଫିଚର ଫୋନ୍ ଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ରିଲାଏନ୍ସ ଜିଓ ପୁଣି ଥରେ ଧମାଲ କରିବାର ଅପେକ୍ଷାରେ ରହିଛି । ଗ୍ରାହକ ୱେବସାଇଟ୍ ଓ ମାଇଜିଓ ଆପରୁ ରେଜିଷ୍ଟ୍ରସନ କରିବା ପାଇଁ ପଡ଼ିବ । ଆଜି ଠାରୁ ଦେଶରେ ଜିଓର ନୂଆ ଫିଚର ଫୋନ୍ ଲଂଚ ହେଉଛି । ଯାହାର ମୂଲ୍ୟ ରହିଛି ୨୯୯୯ ଟଙ୍କା । ଏଥିରେ ଫେସବୁକ୍, ହ୍ୱାଟସଆପ୍ ଓ ୟୁଟ୍ୟବୁର ସୁବିଧା ମିଳିବ । ଏହାସହ ବର୍ତ୍ତମାନ ଚାଲୁଥିବା ଜିଓଫୋନ ସେବାର ଅପଡ଼େଟ୍ ହେବ ।

Flipkart sale
image courtesy-https://thenextweb.com

୧୫ ଅଗଷ୍ଟରୁ ଇ-କମର୍ସ ମାର୍କେଟରେ ମଧ୍ୟ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଆମାଜନର ପ୍ରାଇମ ସର୍ଭିସକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ପ୍ଲସ୍ ସେବା ଆରମ୍ଭ ହେବାକୁ ଯାଉଛି । ଯେଉଁଠି ଆମାଜନ୍ ଏଥିପାଇଁ ଟଙ୍କା ନେଉଛି, ଫ୍ଲିପକାର୍ଟ ଏଥିପାଇଁ କୌଣସି ଚାର୍ଜ ଆଦାୟ କରିବ ନାହିଁ । ଗ୍ରାହକ ୱେବସାଇଟରୁ ଜିନିଷ କିଣିବା ଦ୍ୱାରା ପଏଂଟ ମିଳିବ ।

ଏହା ବ୍ୟତୀତ ଯୋଗଗୁରୁ ରାମଦେବ ହ୍ୱାଟସଆପକୁ ଟକ୍କର ଦେବାପାଇଁ ସ୍ୱଦେଶୀ ମୋବାଇଲ ମେସେଜିଙ୍ଗ ଆପ୍ କିମ୍ବୋର ପୁଣି ଥରେ ଲଂଚ କରିଛନ୍ତିି । ଏହି ଆପକୁ ପୂର୍ବରୁ ମଧ୍ୟ ଲଂଚ କରାଯାଇଥିଲା । କିନ୍ତୁ ତ୍ରୁଟି ବଶତଃ ଏହାକୁ ହଟାଇ ଦିଆଯାଇଥିଲ । ଏବେ ପୁଣି ଥରେ ହ୍ୱାଟସଆପକୁ ଟକ୍କର ଦେବା ପାଇଁ କିମ୍ବୋ ଆପ୍ ପ୍ରସ୍ତୁତ ହେଉଛି ।