ଗୁଗଲରେ ଭୁଲରେ ବି ଖୋଜନ୍ତୁ ନାହିଁ ଏହି ୫ ଟି ଜିନିଷ ! ସଙ୍କଟରେ ପଡିବାରେ ଆପଣଙ୍କ ଗୋପନୀୟତା

72

ଅନେକ ଥର ଏପରି ହୁଏ ଆପଣ ଗୁଗୁଲରେ ଏପରି କିଛି ଜିନିଷ ଖୋଜନ୍ତି, ଯାହା ପରେ ବ୍ରାଉଜିଙ୍ଗ ହିଷ୍ଟ୍ରିକୁ ଯାଇ ଡିଲିଟ କରିବାକୁ ପଡେ । ଯଦି ଆପଣ ଭାବୁଛନ୍ତି ଏପରି କରିବାର ଦ୍ୱାରା ସବୁ ହିଷ୍ଟ୍ରି ଡିଲିଟ ହୋଇଯିବ ତେବେ ଏହା ଆପଣଙ୍କ ଭୁଲ ଧାରଣା । ଗୁଗୁଲ ନିଜର ପ୍ରାଇଭେସି ଓ ଟର୍ମସ ଏଫଏକ୍ୟୁଏସରେ ସଫା ସଫା ଲେଖିଛି ଆପଣ ଗୁଗୁଲରେ କିଛି ବି ଖୋଜୁଛନ୍ତି ବ୍ରାଉଜର ସମସ୍ତ ବବରଣୀ ଆଉ ଅନେକ ୱବପେଜକୁ ପଠାଇଦିଏ । କେବଳ ଏତିକି ନୁହଁ ଗୁଗୁଲରେ ଦେଉଥିବା ଆଡଭାଟାଇଜମେଣ୍ଟ ମଧ୍ୟ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଉପରେ ନଜର ରଖେ । ତେବେ ଜାଣନ୍ତୁ କେଉଁ ସବୁ ଜିନିଷ ଗୁଗୁଲରେ ଖୋଜିବାରୁ ନିଜକୁ ଦୂରେଇ ରଖିବେ ।

ଅଶ୍ଳୀଳ ସିନେମା ଖୋଜିବାରୁ ଦୂରେଇ ରୁହନ୍ତୁ –  ଆପଣଙ୍କ ସର୍ଚ୍ଚ ହିଷ୍ଟ୍ରି ଗୁୁଗୁଲରେ ସେଭ ହୋଇଯାଏ । ଏମିତିର ଯଦି ଆପଣ ଗୁଗୁଲରେ ଅଶ୍ଳୀଳ ସିନେମା ଖୋଜୁଛନ୍ତି, ତେବେ ହିଷ୍ଟ୍ରି ଡିଲିଟ କରିବା ପରେ ମଧ୍ୟ ଅନେକ ୱେବସାଇଟ ସମସ୍ତ ତଥ୍ୟ ଜାଣିନିଏ ।  ଏମିତରେ ଆପଣ ଅନ୍ୟ ସମୟରେ ଅନ୍ୟ କିଛି ଖୋଜୁଛନ୍ତି, ସେତେବେଳ ଆପଣଙ୍କୁ ଏହି ଆଡଲ୍ଟ ବିଜ୍ଞାପନ ଦେଖିବାକୁ ମିଳିବ ।

ଆଣବିକ ଅସ୍ତଶସ୍ତ୍ର କିଣିବା ଖୋଜା- ଗୁୁଗୁଲ ଆପଣ ସର୍ଚ୍ଚ କରିଥିବା ହିଷ୍ଟ୍ରିକୁ ସେଭ କରି ନିଜ ପାଖରେ ରଖେ । ଏମିତିରେ ଆପଣ କିଛି ଖତରନାକ ଅସ୍ତ୍ରଶସ୍ତ୍ର କିଣିବାର ବିବରଣୀକୁ ସର୍ଚ୍ଚ କରିଛନ୍ତି, ତେବେ ଏହାକୁ କୌଣସି ବିପଦ ଭାବି ଆପଣଙ୍କ ନାଁରେ ଅଭିଯୋଗ କରିପାରେ ।

ନିଜର ରୋଗ ଓ କୌଣସି ଡ୍ରଗ୍ସ ବିଷୟରେ- ଏକ ଅଧ୍ୟୟନ ଅନୁସାରେ ଇଣ୍ଟରନେଟରେ ମହଜୁଦ ୮୦ ହଜାର ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ପେଜେ ନିଜ ଗ୍ରାହକଙ୍କ ତଥ୍ୟ ଥାର୍ଡ ପାର୍ଟିକୁ ଦିଅନ୍ତି । ଯଦି ଆପଣନିଜ ରୋଗ ବିଷୟରେ ଗୁଗୁଲରେ ଖୋଜୁଛନ୍ତି ତେବେ ଏହାସହ ଯୋଡି ହୋଇଥିବା ବିଜ୍ଞାପନ ଦେଖାଯାଏ । ଏବଂ ଏପରି ହେବା ଦ୍ୱାରା ଅନେକ ଜାଗାରେ ଦେଖାଯାଇଛି ଲୋକେ ମେଡିକାଲ ଫ୍ରଡ ତଥା ଠକେଇର ଶୀକାର ହୋଇଛନ୍ତି ।

ନିଜର ଦୁର୍ବଳତାକୁ ବାରମ୍ବାର ସର୍ଚ୍ଚ କରନ୍ତୁ ନାହିଁ – ଯଦି ଆପଣ କୌଣସି ଅସୁବିଧାରେ ପଡିଛନ୍ତି ଓ ସେ ନେଇ ଗୁଗୁଲ ସର୍ଚ୍ଚ କରିଛନ୍ତି । ଏହାପରେ ଗୁଗୁଲ ଏହା ସହ ଜଡିତ ବିଜ୍ଞାପନ ହିଁ ଦେଖାଇବା ଆରମ୍ଭ କରିବ । ଯାହା ଆପଣଙ୍କ ମାନସିକ ଶାନ୍ତି ମଧ୍ୟ ଭଙ୍ଗ କରିପାରେ ।

କ୍ରାଇମ ତଥା ଆତଙ୍କୀ ସମ୍ମନ୍ଧୀୟ ସର୍ଚ୍ଚ- କିଛି ସମୟ ପୂର୍ବରୁ ନିଉୟର୍କର ଏକ ପରିବାର ନିଜର ସର୍ଚ୍ଚ ହିଷ୍ଟ୍ରି ପାଇଁ ଅସୁବିଧାରେ ପଡି ଯାଇଥିଲେ । ପରିବାରର ଏକ ଶିଶୁ ଏକ ବମ ବିଷ୍ଫୋରଣ ସମ୍ମନ୍ଧୀୟ ଖବରକୁ ବାରମ୍ବାର ଗୁଗଲ କରିଥିବାରୁ ପରବାର ଲୋକଙ୍କୁ ଗିରଫ କରିଥିଲା ପୋଲିସ । ପରେ ସେମାନେ ନିର୍ଦ୍ଦୋଶ ସାବ୍ୟସ୍ତ ହେଲେ ସତ କିନ୍ତୁ ବିନା କାରଣରେ ସେମାନଙ୍କୁ ହଇରାଣ ହେବାକୁ ପଡିଲା ।