ତମାଖୁ ଓ ସିଗାରେଟ୍ ଭଳି ଖରାପ ଅଭ୍ୟାସକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏଭଳି ବଦଭ୍ୟାସ ଠାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

129

ଆଜିର ସମୟରେ ଲୋକଙ୍କୁ ନିଶା ପ୍ରତି ଆସକ୍ତି ହୋଇଯାଇଛି ଏବଂ ଦ୍ରୁତ ଗତିରେ ତାହା ବଢ଼ିବାରେ ଲାଗିଛି । ସେଥିପାଇଁ ତାଙ୍କ ଆୟୁ ବି କମି କମି ଯାଉଛି । ନିଶା କରିବା ଦ୍ୱାରା ଲୋକଙ୍କ ଠାରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । କିନ୍ତୁ ମଣିଷ ତାକୁ ଛାଡିବାକୁ ଚାହିଁଲେ ବି ଛାଡିପାରୁନି । ଏହାଦ୍ୱାରା ନିଶା କରୁଥିବା ବ୍ୟକ୍ତିଙ୍କ ଜୀବନ ନଷ୍ଟ ହେବା ସହ ତାଙ୍କ ପରିବାର ଲୋକଙ୍କ ଜୀବନ ବି ନଷ୍ଟ ହେଉଛି । ନିଶା ଛାଡିବା ପାଇଁ ହେଲେ ସର୍ବପ୍ରଥମେ ନିଜ ମନରେ ଏହାକୁ ଛାଡିବା ପାଇଁ ଦୃଢ଼ ନିଶ୍ଚୟ ହେବାକୁ ପଡିବ । ଯଦି ଆପଣ ବେଶୀ ଦିନ ବଂଚିବା ପାଇଁ ଚାହୁଁଛନ୍ତି, ତେବେ ନିଶା ଛାଡିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ।

• ସେଓ : ନିଶା ଛାଡିବା ପାଇଁ ସେଓ ବହୁତ କାମରେ ଆସିବ । ସେଥିପାଇଁ ଦିନରେ ୩ରୁ ୪ ଥର ସିଝା ହୋଇଥିବା ସେଓ ଖାଆନ୍ତୁ । ଏହାର ସେବନ ଦ୍ୱାରା ମଦ ପିଇବାର ଅଭ୍ୟାସ ଛାଡିବ । ଏହା ବ୍ୟତୀତ ଦିନକୁ ୩-୪ ଥର ସେଟ ରସ ପିଅନ୍ତୁ । ମଦଭ୍ୟାସ ଛାଡିବ ।

• ହରିଡା : ସିଗାରେଟ୍ ଅଭ୍ୟାସ ଛଡାଇବା ପାଇଁ ହରିଡାକୁ ପାଟିରେ ରଖି ଶୋଷନ୍ତୁ । ଆପଣ ସିଗାରେଟ୍ ଅଭ୍ୟାସ ଛାଡିଯିବ ।

• ଡାଲଚିନି : ତମାଖୁ ଦ୍ୱାରା ମୁହଁରେ କ୍ୟାନସର ହେବାର ସମ୍ଭାବନା ଥାଏ । ଏହି ବଦଭ୍ୟାସକୁ ଛଡାଇବା ପାଇଁ ଡାଲଚିନିକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ସେବନ କରନ୍ତୁ ।

• ପିଆଜ ରସ : ସିଗାରେଟ୍ ଓ ଗୁଟଖା ଛାଡିବା ପାଇଁ ପ୍ରତିଦିନ ୪ ଚାମଚ ପିଆଚ ରସ ପିଅନ୍ତୁ ।