ଭୁଲରେ ବି ଏଭଳି ଭୁଲ୍ କରନ୍ତୁ ନାହିଁ ,ନହେଲେ ୩୦ ବର୍ଷରେ ୫୦ ଭଳି ଦେଖାଯିବେ ।

763

ପ୍ରତ୍ୟେକ ଝିଅ କୋମଳ ଏବଂ ସୁନ୍ଦର ତ୍ୱଚାର ସ୍ୱପ୍ନ ଦେଖିଥାଏ । ଏଥିପାଇଁ ସେ ଅନେକପ୍ରକାରର ସୌନ୍ଦର୍ଯ୍ୟ ପ୍ରସାଧକ ସାମଗ୍ରୀର ବ୍ୟବହାର ବି କରିଥାଏ । ସବୁ ପରେ ମଧ୍ୟ ତ୍ୱଚାରେ ଅଧିକ କିଛି ଫରକ ପଡିନଥାଏ । ଏହା ଏଭଳି ହୋଇଥାଏ କାରଣ ଆପଣ ଅଜାଣତରେ ଏଭଳି ଅନେକ ଭୁଲ୍ କରିଦିଅନ୍ତି ଯାହାର ଫଳସ୍ୱରୁପ ଆପଣଙ୍କ ତ୍ୱଚା ଖରାପ ହୋଇଯାଏ । ତେବେ ଆସନ୍ତୁ ଆପଣଙ୍କ ଏହି ଭୁଲ୍ ବିଷୟରେ ଆମେ ଆପଣଙ୍କୁ ଆଜି କହିବୁ ।

ତେଲଯୁକ୍ତ ଖାଦ୍ୟ : ଫାଷ୍ଟପୁଡ୍ କିମ୍ବା ତେଲଯୁକ୍ତ ଖାଦ୍ୟ ଖାଇବାକୁ ତ ସୁଆଦିଆ ଲାଗିଥାଏ କିନ୍ତୁ ଏହା ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚନ ପଡିବା ଆରମ୍ଭ ହୋଇଯାଏ । ଏହା ତ୍ୱଚାକୁ ତୈଳାକ୍ତ କରିଥାଏ ଯାହାଦ୍ୱାରା ତ୍ୱଚାରେ ଧୂଳି ଜମି ମୁହଁ ବୟସ୍କ ଭଳି ଦେଖାଯାଏ ।

ଗରମ ପାଣିରେ ଗାଧୋଇବା : ଅଧିକ ମହିଳାଙ୍କୁ ଭ୍ରମ ରହିଛି କି ଫେସୱାସ୍ ଲଗାଇବା ପରେ ଗରମ ପାଣିରେ ମୁହଁ ଧୋଇଲେ ମୁହଁ ସତେଜ ରହିଥାଏ । କିନ୍ତୁ ଏହା ଏକ ଭୁଲ୍ ଧାରଣା । ବେଳେବେଳେ ତ ଠିକ୍ ଅଛି କିନ୍ତୁ ଲଗାତାର ଏଭଳି କରୁଥିଲେ ସଜାଗ ରୁହନ୍ତୁ । ଗରମ ପାଣି ତ୍ୱଚାର ପ୍ରାକୃତିକ ତୈଳାକ୍ତ ଅଂଶକୁ କମ୍ କରିଦିଏ ଏବଂ କମ୍ ଦିନରେ ମୁହଁରେ କୁଞ୍ଚନ ପଡିବା ଆରମ୍ଭ ହୋଇଯାଏ ।

ସାଧାରଣ ଅପେକ୍ଷା ଅଧିକ ସ୍କ୍ରବ କରିବା : ସପ୍ତାହକୁ କେବଳ ଥରେ ହିଁ ସ୍କ୍ରବ କରିବା ଆବଶ୍ୟକ । ମନଇଚ୍ଛା ସ୍କ୍ରବ କଲେ ତ୍ୱଚାର ଅବସ୍ଥା ଶୋଚନୀୟ ହୋଇପଡେ ।

ଭୁଲ୍ ପ୍ରସାଧନ ସାମଗ୍ରୀର ଚୟନ କରିବା : ଖର୍ଚ୍ଚାନ୍ତ ନହେବାକୁ ଅଧିକ ମହିଳା ଶସ୍ତା ମେକଅପ୍ ପ୍ରଡକ୍ଟ ବ୍ୟବହାର କରନ୍ତି କିନ୍ତୁ ଏଭଳି କରିବା ଦ୍ୱାରା ଅସୁବିଧା ମଧ୍ୟ ତାଙ୍କୁ ହିଁ ଭୋଗିବାକୁ ପଡେ । ଏଣୁ ଯେତେ ପାରୁଛନ୍ତି ଭଲ ବ୍ରାଣ୍ଡର ପ୍ରଡକ୍ଟ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

ମଦ୍ୟପାନ ଏବଂ ଧୂମପାନର ସେବନ : ଆଜିର ସମୟରେ ମଦ୍ୟପାନ ଏବଂ ଧୂମପାନ କରିବା ଏକ ଫ୍ୟାସନ୍ ପାଲଟିଗଲାଣି । କିନ୍ତୁ ଏହାଦ୍ୱାରା ଯେ ଶରୀରରେ ଅଧିକ ବୟସର ଛାପ ପଡେ ତାହା ଆପଣ ଜାଣିନଥିବେ ।

କମ୍ ପାଣି ପିଇବା : ଉଜ୍ଜଳ ତ୍ୱଚା ପାଇଁ ଯେତେ ଅଧିକରୁ ଅଧିକ ପାଣି ପିଇବେ ସେତେ ଭଲ । ଏଥିରେ ଏଜିଙ୍ଗ୍ ସମସ୍ୟା ଦୂର ହେବ । ଏହା ତ୍ୱଚାକୁ ଗ୍ଲୋ ମଧ୍ୟ କରିଥାଏ ।