ଶୀତର ପ୍ରକୋପରୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ଟି ଜିନିଷ ! ଥଣ୍ଡାରୁ ମୁକ୍ତି ପାଇବେ

174

ଶୀତ ସମୟରେ ବଡ ଅସହ୍ୟ ବୋଧ ହୁଏ । ଘରୁ ବାହାରିବାକୁ ଇଚ୍ଛା ହୁଏନି । କମ୍ବଳ ଭିତରୁ ଉଠିବାକୁ ମନ ହୁଏନି । ଥଣ୍ଡାରେ କମ୍ପୁଥିବାର ସମସ୍ତଙ୍କୁ ଦେଖିଥିବେ । ଏହି ସମୟରେ ଲୋକେ ସ୍ୱେଟର ଆଦି ବସ୍ତ୍ର ପିନ୍ଧିଥାନ୍ତି । କିନ୍ତୁ ଶୀତ ବସ୍ତ୍ର ପିନ୍ଧିବା ସତ୍ୱେ ବି ଥଣ୍ଡା ଅନୁଭବ ହୋଇଥାଏ । ଏଥିରୁ ଯଦି ଆପଣ ରକ୍ଷା ପାଇବାକୁ ଚାହୁଁଛନ୍ତି ତ ନିଜର ପ୍ରତିଦିନର ରୁଟିନରେ ଏହି ୫ଟି ଜିନିଷକୁ ସାମିଲ୍ କରନ୍ତୁ –

୧-ଶୀତରେ ଖାଆନ୍ତୁ ଗରମ ଖାଦ୍ୟ –
କିଛି ଲୋକ କେବଳ ଏହା ବୁଝିଥାନ୍ତି କି ଗରମ ଖାଦ୍ୟ ଖାଇବାକୁ ସ୍ୱାଦ୍ୟ ଯୁକ୍ତ ହୋଇଥାଏ । ଏହା ସହ ମଧ୍ୟ ଏହା ଶରୀରକୁ ଭିତରୁ ଗରମ ଅନୁଭବ ଦେଇଥାଏ । ଯାହା ଶରୀରକୁ ଥଣ୍ଡାରୁ ରକ୍ଷା କରିଥାଏ ।

୨-ଅଦାର ବ୍ୟବହାର କରନ୍ତୁ –
ଅଦା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ । ଏହା ସହ ଏହା ଆପଣଙ୍କୁ ଥଣ୍ଡା-କାଶରୁ ମଧ୍ୟ ବଂଚାଇଥାଏ । ଏଥିପାଇଁ ଏହାକୁ ଚା’ ସହ ମଧ୍ୟ ବ୍ୟବହାର କରିପାରିବେ । ଶୀତରେ ଏହା ଆପଣଙ୍କର ଅଶେଷ ଉପକାର କରିବ ।

୩-ତେଲ ମାଲିସ୍ କରନ୍ତୁ –
ତେଲ ମଧ୍ୟ ଶରୀରକୁ ଗରମ ରଖିଥାଏ । ରାଶି ତେଲ , ଅଲିଭ୍ ତେଲ୍ ଓ ଅରୋମା ତେଲ ଦ୍ୱାରା ଶରୀରକୁ ମାଲିସ୍ କରନ୍ତୁ । ଏହା ଶୀତରୁ ରକ୍ଷା ସହ ଶରୀରକୁ ଉଷ୍ମତା ପ୍ରଦାନ କରିବ ।

୪ –ଖରାରେ କିଛି ସମୟ ବସନ୍ତୁ –
ଖରାରେ ଭିଟାମିନ୍ –ଡି ଥାଏ । ଶୀତରେ ଥଣ୍ଡା କାରଣରୁ ଶରୀର ଅଳସୁଆ ହୋଇଯାଇଥାଏ । ଖରାର ସ୍ପର୍ଶ ଦ୍ୱାରା ଶରୀରରେ ଆକ୍ଟିଭନେସ୍ ଆସେ ଏବଂ ଥଣ୍ଡାରୁ ରକ୍ଷା ମିଳେ । ଏଣୁ ଶୀତ ସମୟରେ ପ୍ରତିଦିନ ସକାଳେ କିଛି ସମୟ ଖରାରେ ବସିଲେ ଭଲ ।

୫ – ମହୁର ବ୍ୟବହାର କରନ୍ତୁ –
ଶୀତରେ ମହୁ ସେବନ କରିବା ବହୁତ ଫଳପ୍ରଦ ଅଟେ । ଏଥିରେ ଆଇରନ୍ ଥାଏ । ଏହାସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢିଯାଇଥାଏ । ଏଥିପାଇଁ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇଁ ଏହାକୁ ଆପଣେଇବା ବୁଦ୍ଧିମାନର କାର୍ଯ୍ୟ ହେବ।
( ସୌଜନ୍ୟ- ଅମର ଉଜାଲା)