ଏବେ ବି ଚମକୁଛି ଆଶାରାମଙ୍କ ମାହାତ୍ମ୍ୟ ! ବାପୁଙ୍କ ପାଦତଳେ ପଡିଲେ ପୂର୍ବତନ ବିଚାରପତି । 

38
ଆଶାରାମ ବାପୁଙ୍କ ମାହାତ୍ମ୍ୟ ଏବେ ବି ଚମକୁଛି । କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ  ସିକିମ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ପାଇଁ  ସେ ପାଲଟିଛନ୍ତି ଗଡ ମ୍ୟାନ । ଅବସରପ୍ରାପ୍ତ ବିଚାରପତି ତଥା ପୂର୍ବତନ ରାଜ୍ୟପାଳ ସୁନ୍ଦରନାଥ ଭାର୍ଗବ ବିବାଦୀୟ ଗୁରୁ ତଥା ଆତ୍ମଘୋଷିତ ଭଗବାନ, ଆଶାରାମଙ୍କ ପାଦ ଛୁଇଁ ଚର୍ଚ୍ଚାରେ । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦଣ୍ଡ ଭୋଗୁଥିବା ଆଶାରାମ ଯୋଧପୁର କୋର୍ଟରେ ପହଂଚିବା ପରେ ତାଙ୍କ ପାଦ ଛୁଇଁଥିଲେ ଏହି ଅବସରପ୍ରାପ୍ତ ବିଚାରପତି ।
ଆଶାରାମଙ୍କ ବିରୋଧରେ ଥିବା ମାମଲାର ପରିଚାଳନା ନିୟମିତ ଭାବେ ଯୋଧପୁର କୋର୍ଟରେ ହେଉଛି । ଆଉ ପ୍ରତିଦିନ ଆତ୍ମଘୋଷିତ ଭଗବାନ ଆଶାରାମ ଜେଲରୁ ଆସୁଛନ୍ତି  । ରାଜସ୍ଥାନ ପୋଲିସର କଡା  ସୁରକ୍ଷା ବଳୟରେ  ଆସୁଥିବା ସମୟରେ କୋର୍ଟ ପରିସରରେ ଥିଲେ ବିଚାରପତି ଭାର୍ଗବ । ଶନିବାର ଦିନ ଆଇଟି ଆକ୍ଟ ଓ ଯୌନ ଉତ୍ପୀଡ଼ନ ଦୁଇଟି ଭିନ୍ନ ଭିନ୍ନ ମାମଲାରେ କୋର୍ଟରେ ହାଜର ହେବା ସମୟରେ ଭାର୍ଗବ  ଆଶାରାମଙ୍କ ପାଦ ତଳେ ପଡିଯାଇଥିଲେ । ଆଉ ଏଥିରେ  ତାଙ୍କୁ ସାହାଯ୍ୟ କରିଥିଲେ ସାଙ୍ଗରେ ଥିବା ଦୁଇଜଣ ସୁରକ୍ଷାକର୍ମୀ ।
 ବିଚାରପତି ଭାର୍ଗବଙ୍କୁ ଏ ବିଷୟରେ ପଚାରିବାରୁ  ସେ କହିଥିଲେ, ମୁଁ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯୋଧପୁର ଆସିଥିଲି ।  ଯେତେବଳେ ବାବା ଆଶାରାମ ଏଠାକୁ ଆସୁଛନ୍ତି ଜାଣିବାକୁ ପାଇଲି ତାଙ୍କୁ ଦର୍ଶନ କରିବାକୁ ଅ।।ସିଥିଲି । ସେପଟେ ଆଶାରାମ କହିଛନ୍ତି  ଭାର୍ଗବ, ମୋତେ ଅନେକ ଦିନରୁ ଜାଣିଛନ୍ତି । ତାଙ୍କର ମତେ ଦର୍ଶନ କରିବାକୁ ଇଚ୍ଛା ହେବାରୁ ସେ ଆସିଥିଲେ । ସେ ମୋର ପୁରୁଣା ଭକ୍ତ । ଆଶାରାମ ଓ ତାଙ୍କ ଆଶ୍ରମ ଅନେକ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି । ଆଶାରାମ ଗିରଫ ହେବା ପୂର୍ବରୁ ଦେଶ ସାରା ତାଙ୍କ ଆଶ୍ରମର ଶାଖା ରହିଥିଲା   ।
ସୌଜନ୍ୟ : ଇଣ୍ଡିଆ ଟୁଡେ