ସନ୍ଧ୍ୟା ହେଲେ କାହିଁକି ଜଳେ ଘରେ ଆଲୁଅ ! ଜାଣନ୍ତୁ ଏହାର ରହସ୍ୟ

147

କୌଣସି ଧାର୍ମିକ ଅବସର ହେଉ କି କିମ୍ବା କୌଣସି ନୂଆ ପ୍ରାରମ୍ଭ ଦୀପ ଜାଳିବାକୁ ସଭିଏଁ ବହୁତ ଶୁଭ ମାନନ୍ତି । କିନ୍ତୁୁ ଏହି ପ୍ରାଚୀନ ପରମ୍ପରାର ମହତ୍ୱ କ’ଣ ରହିଛି ଆପଣ ଜାଣନ୍ତି କି ?

ଦୀପରେ ଜୁଳଥିବା ଅଗ୍ନି, ବୁଦ୍ଧି ଓ ଜ୍ଞାନର ପ୍ରତୀକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦିନ ୩ ଭାବରେ ବିଭକ୍ତ-ସକାଳ, ଅପରାହ୍ନ, ସଂନ୍ଧ୍ୟା । ନିଜ ଘରର ବୟୋଜ୍ୟେଷ୍ଠ ଲୋକମାନେ ସବୁବେଳେ ଏପରି କହିବାର ଶୁଣାଯାଏ ସଂନ୍ଧ୍ୟା ସମୟରେ ଅନ୍ଧାରରରେ ରହିବା ଉଚିତ ନୁହଁ ।

ଆଉ କହନ୍ତି, ସବୁବେଳେ ଘରେ ଏକ ଛୋଟ ଲାଇଲ ଜଳାଇ ରଖିବା ଉଚିତ୍ । ଏହାର କାରଣ ହେଲା ସୂର୍ୟ୍ୟାସ୍ତ ହେଉ କି ସଂନ୍ଧ୍ୟା ସମୟ ହେଉ ଏହା ଭଗବାନଙ୍କୁ ପୂଜା କରିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଧରାଯାଏ । ଏହାସହ ଘରେ ଆଲୁଅ ଜଳିଲେ ନକରାତ୍ମକ ଚିନ୍ତାଧାରା ଓ ପ୍ରଭାବ ମଧ୍ୟ ଦୂରେଇ ଯାଏ ।