ଫେରୁଛି ମୋବାଇଲ୍ ମାନଙ୍କ ବାପା ! ପୁଣି ଥରେ ଲଂଚ୍ ହେବ ଇତିହାସ ପାଲଟି ଯାଇଥିବା ‘ନୋକିଆ ୩୩୧୦’

94

ଇତିହାସ ପାଲଟି ଯାଇଥିବା ମୋବାଇଲ୍ ‘ନୋକିଆ ୩୩୧୦’ ପୁଣି ଥରେ ଫେରୁଛି ବଜାରକୁ । କମ୍ପାନୀ ଏହି ମୋବାଇଲକୁ ଆସନ୍ତା ଫେବ୍ରୁଆରୀ ୨୬ରେ ଲଂଚ୍ କରିବା ନେଇ ସୂଚନା ମିଳିଛି । ତେବେ ଏହାର ମୂଲ୍ୟ ପ୍ରାୟ ୪ହଜାର ଟଙ୍କା ରହିଥିବାର ଶୁଣିବାକୁ ମିଳିଛି ।

ଏହି ଫୋନ୍ ପ୍ରଥମ ଥର ପାଇଁ ୨୦୦୦ରେ ଲଂଚ୍ ହୋଇଥିଲା । ତେବେ ସ୍ମାର୍ଟ ଫୋନ୍ ଆସିବା ପରେ ଏହି ମୋବାଇଲ୍ ଧୀରେ ଧୀରେ ଗାୟବ୍ ହୋଇ ଯାଇଥିଲା । ଏବେ ୧୭ ବର୍ଷ ପରେ ପୁଣି ଥରେ ବଜାରକୁ ଏହି ମୋବାଇଲ୍ ଫେରିବା ନେଇ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏମିତିକି ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । କେହି କେହି ନିଜ ଖୁସି ଜାହିର୍ କରି ଲେଖିଛନ୍ତି ‘ଫେରୁଛି ମୋବାଇଲ୍ ମାନଙ୍କ ବାପା’ ।