ଆପଣ ମଧ୍ୟ ଟାଟୁର ସୌଖିନ କି ? ସାବଧାନ୍ . . ଶରୀର ସହ ଖେଳ ପଡିପାରେ ମହଙ୍ଗା  ।

66

ଆଜିକାଲି ଯୁବପୀଢ଼ିଙ୍କୁ ଘାରିଛି ଟାଟୁ କ୍ରେଜ୍ । ଶରୀରର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଡିଜାଇନ୍ର ଟାଟୁ କରିବାକୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ସମସ୍ତଙ୍କ ରୁଚିକୁ ଆଖି ଆଗରେ ରଖି  ପର୍ମାନେଣ୍ଟ ଓ ଟେମ୍ପୋରାରୀ ଟାଟୁର ମଧ୍ୟ ସୁବିଧା ରଖିଛନ୍ତି ଟାଟୁକରାଳୀ । ମାତ୍ର ଏହି ଟାଟୁ ଯଦିଓ ଆପଣଙ୍କର ଏକ ଫେସନେବଲ୍ ଛବି ବନାଇଥାଏ ଅନ୍ୟପଟେ ଏହାକୁ ହଟାଇବା ପଡିପାରେ ମହଙ୍ଗା  ।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ପାସୁଦା ରିୟାବ ନାମକ ଜଣେ ଯୁବତୀ ବେକ ପାଖରେ ଏକ ଟେମ୍ପୋରାରୀ ଟାଟୁ କରିଥିଲେ । କିଛିଦିନ ପରେ ସେ ତାହାକୁ ଉଠାଇବା ପାଇଁ ଚାହିଁଥିଲେ । ବିନା ବିକିରଣକାରୀ କୌଶଳରେ ଏକ ରସାୟନିକ ରିମୁଭର୍ ସାହାଯ୍ୟରେ ରିୟାବ ଏହି ଟାଟୁ ଉଠାଇଥିଲେ । ଟାଟୁଟି ସିନା ଉଠିଯାଇଥିଲା କିନ୍ତୁ ସେହି ସ୍ଥାନରେ ଏକ ବଡ ଘା ହୋଇ ନାଲି ଦାଗ ପଡିଯାଇଥିଲା । ଏବେ ସେ ଡାକ୍ତରୀ ପରାମର୍ଶ ନେଇ ଏହି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ତେବେ ରିୟାବ ଟାଟୁ କରିବା ପରେ ହୋଇଥିବା ସମସ୍ୟାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ କହିଛନ୍ତି ମୁଁ ଚାହୁଁଛି ଲୋକ ଏହାକୁ ଦେଖି ସତର୍କ ହୁଅନ୍ତୁ । ଷ୍ଟାଇଲ ଓ ଟ୍ରେଣ୍ଡ ପାଇଁ ନିଜ ଶରୀରକୁ ବିପଦରେ ନପକାନ୍ତୁ।