ଜମ୍ମୁରେ ପୁଣି ମାତିଲେ ଆତଙ୍କୀ । ମସଜିଦରେ ପଶି ଭାରତ ବିରୋଧୀ ନାରା ଦେବା ସହ ଲୋକଙ୍କୁ ମାଡ ମାରି ଆଦାୟ କଲେ ଟଙ୍କା 

ଜମ୍ମୁ-କଶ୍ମୀର ଏକ ମସଜିଦ୍ ମଧ୍ୟରେ ପଶି ଧମକଚମକ୍ ଦେବା ଘଟଣା ଏବେ ସମଗ୍ର ଜମ୍ମୁ-କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଛି।

661
ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲା ପରେ ଅମିତ୍ ଶାହା ଜମ୍ମୁ-କଶ୍ମୀରରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ଶୁକ୍ରବାର ନମାଜ କାଳରେ ଲସ୍କର-ଇ-ତୋଏବାର ଦୁଇ ଆତଙ୍କବାଦୀ ଜମ୍ମୁ-କଶ୍ମୀର ଏକ ମସଜିଦ୍ ମଧ୍ୟରେ ପଶି ଧମକଚମକ୍ ଦେବା ଘଟଣା ଏବେ ସମଗ୍ର ଜମ୍ମୁ-କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜମ୍ମୁ-କଶ୍ମୀର ଏକ ମସଜିଦରେ ଆଜି ମଧ୍ୟାହ୍ନରେ ଶୁକ୍ରବାର ନମାଜ ପାଠ ଚାଲିଥିବା କାଳରେ ଲସ୍କର-ଇ- ତୋଏବାର ଦୁଇ ଆତଙ୍କବାଦୀ ମୁହଁରେ ମୁଖା ପିନ୍ଧି ହାତରେ ରିଭଲଭର ଧରି ମସଜିଦ୍ ମଧ୍ୟକୁ ପଶି ଯାଇଥିଲେ। ପରେ ସେମାନେ ମସଜିଦ୍ ଭିତରେ ‘ଆଜାଦ୍ କଶ୍ମୀର’ ନାରା ଲଗାଇବା ସହ ଭାରତ ବିରୋଧୀ ସ୍ଲୋଗାନ୍ ଦେଇଥିଲେ। ପରେ, ସେମାନେ ସଂଗଠନର ଆର୍ଥିକ ସ୍ଥିତି ଖରାପ ଥିବା କହି ମସଜିଦରେ ଉପସ୍ଥିତ ଜନତାଙ୍କୁ ରିଭଲଭର ସାହାଯ୍ୟରେ ଭୟଭୀତ କରାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ।