୨୬/୧୧ ପରି ଆକ୍ରମଣର ପ୍ରସ୍ତୁତ ହେଉଛି ବ୍ଲୁପ୍ରିଂଟ୍ ! ସମୁଦ୍ର ପଥରେ ଆକ୍ରମଣ ଯୋଜନା କରୁଛନ୍ତି ଆତଙ୍କୀ, ନୌସେନା ମୁଖ୍ୟ କହିଲେ, ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ଭାରତ ।

164

କନକ ବ୍ୟୁରୋ : ସମୁଦ୍ର ପଥ ଦେଇ ଆକ୍ରମଣ ଷଡଯନ୍ତ୍ର କରୁଛନ୍ତି ଆତଙ୍କବାଦୀ । ନୌସେନା ମ୍ରୁଖ୍ୟ ଏଡମିରଲ ସୁନୀଲ ଲାମ୍ବା ଏପରି ବଡ ବୟାନ ଦେଇଛନ୍ତି । ସମୁଦ୍ର ପଥ ଦେଇ ଆତଙ୍କୀ ଆକ୍ରମଣ ଯୋଜନା ହେଉଥିବା ଗୁଇନ୍ଦା ରିପୋର୍ଟ ମିଳିଛି ତେବେ ମୁହଁତୋଡ ଜବାବ ଦେବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ମୁମ୍ବାଇ ଆକ୍ରମଣ ପରି ଆକ୍ରମଣ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ୨୬/୧୧ ଆତଙ୍କୀ ଆକ୍ରମଣ ପରି ପୁଣି ଥରେ ସମୁଦ୍ର ପଥକୁ ବ୍ୟବହାର କରିପାରନ୍ତି ଆତଙ୍କବାଦୀ । ନୌସେନା ମୁଖ୍ୟ ଏଡମିରଲ ସୁନୀଲ ଲାମ୍ବା ଏନେଇ ଖୁଲାସା କରିଛନ୍ତି । ସମୂଦ୍ର ପଟୁ ଆତଙ୍କୀ ହାମଲା ହୋଇପାରେ । ସମୂଦ୍ର ପଥ ଦେଇ ଆତଙ୍କବାଦୀମାନେ ଭାରତରେ ଆକ୍ରମଣ ଯୋଜନା କରୁଥିବା ରିପୋର୍ଟ ରହିଥିବା କହିଛନ୍ତି ନୌସେନା ମୁଖ୍ୟ । ଏପରି ସମସ୍ୟା ସହ ଲଢିବା ପାଇଁ ଏହି ଦିଗରେ ଲଗାତର ଭାବେ ପ୍ରତିରକ୍ଷା ପ୍ରତିଷ୍ଠାନ କାମ କରୁଥିବା ଏଡମିରଲ ସୁନୀଲ ଲାମ୍ବା କହିଛନ୍ତି ।

ପାକିସ୍ତାନର ନାଁ ନନେଇ ଲାମ୍ବା କହିଛନ୍ତି ଆତଙ୍କବାଦୀଙ୍କୁ ଏଥିପାଇଁ ଟ୍ରେନିଙ୍ଗ ବି ଦିଆଯାଉଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ତାଲିମ ଦିଆଯାଉଛି । ଆଉ ଏନେଇ ଗୁଇନ୍ଦା ରିପୋର୍ଟ ମିଳିଛି । ଭାରତକୁ ଅସ୍ଥିର ରଖିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ନୌସେନା ମୁଖ୍ୟ କହିଛନ୍ତି । ମାତ୍ର ୩ ସପ୍ତାହ ତଳେ ଆମେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଭୀଷଣ ରୂପ ଦେଖିଛେ । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରାଷ୍ଟ୍ର ସହାୟତାରେ ଆତଙ୍କବାଦୀମାନେ ଏଭଳି ହିଂସା କାଣ୍ଡ ଭିଆଉଛନ୍ତି ବୋଲି ସୁନୀଲ ଲାମ୍ବା କହିଛନ୍ତି । ୨୦୦୮, ନଭେମ୍ବର ୨୬ତାରିଖରେ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ସମୁଦ୍ର ପଥ ଦେଇ ଆତଙ୍କବାଦୀ ମାନେ ମୁମ୍ବାଇରେ ପ୍ରବେଶ କରିଥିଲେ । ହୋଟେଲ ତାଜ, ଶିବାଜୀ ଟର୍ମିନଲ ସମେତ ମୁମ୍ବାଇ ଜନବହୁଳ ଅଂଚଳକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।