ଅମରନାଥ ଆକ୍ରମଣ ପଛରେ ରହିଛି ଲସ୍କର ଆତଙ୍କବାଦୀଙ୍କ ହାତ !

29

କନକ ବ୍ୟୁରୋ : ଅମରନାଥ ଆକ୍ରମଣ ପଛରେ ଲସ୍କର ଆତଙ୍କବାଦୀଙ୍କ ହାତ । ଅମରନାଥ ଆକ୍ରମଣ ପଛରେ ରହିଛି ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ୩ କୁଖ୍ୟାତ ଆତଙ୍କବାଦୀଙ୍କ ହାତ । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ ଆଇଜି ମୁନିର ଖାନ । କୁଖ୍ୟାତ ଆତଙ୍କବାଦୀ ଆବୁ ଇସମାଇଲ ଓ ତାର ଦୁଇ ସହଯୋଗୀଙ୍କ ସହ ମିଶି ଜଣେ ସ୍ଥାନୀୟ ଆତଙ୍କବାଦୀଙ୍କ ସହାୟତାରେ ଏହି ଆକ୍ରମଣ କରାଯାଇଥିଲା ।

ଏପରିକି ପୋଲିସ ଆବୁ ଇସମାଇଲର ଫଟୋ ଜାରି କରିଛି । କାଶ୍ମୀରରେ ଲସ୍କର ମୁଖ୍ୟ ଆବୁ ଦୁଜାନାର ମୃତ୍ୟୁ ପରେ ଇସମାଇଲ ସଂଗଠନ ସମ୍ଭାଳିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ପାକିସ୍ତାନରେ ବସି ଜାମ୍ମୁ-କାଶ୍ମୀର ପହଲଗାମରେ ନୀରିହ ତାର୍ଥଯାତ୍ରୀଙ୍କ ଉପରେ ଆକ୍ରମଣର ବ୍ଲୁପ୍ରିଂଟ ତିଆରି କରିଥିଲା ଇସମାଇଲ । ଯେଉଁଥିରେ ୮ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଆତଙ୍କବାଦୀ ହମଲା ପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା କରିଥିବା ସ୍ଥାନୀୟ ଆତଙ୍କୀଙ୍କୁ ଗିରଫ କରିସାରିଛି ପୋଲିସ । ଏମାନଙ୍କୁ ପଚରାଉଚରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।